ପୁରୀ:କୋଭିଡ କଟକଣାରେ ଶ୍ରୀମନ୍ଦିର ଖୋଲିବକି, ନ ଖୋଲିବ ସେ ଚର୍ଚ୍ଚା ଆଲୋଚନା ଚାଲିଛି । ତେବେ ଏହି ଚର୍ଚ୍ଚା ଚାଲିଥିବା ବେଳେ ଜଣେ ଯୁବତୀ ଶ୍ରୀମନ୍ଦିର ସିଂହ ଦ୍ୱାର ସାମ୍ନାରେ ବସି ମହାପ୍ରଭୁଙ୍କ ସ୍ମରଣ ସହ ଭାଗବତ ଗୀତା ପାଠ କରିବା ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଯୁବତୀ ଜଣକ ହେଉଛନ୍ତି ବିହାର ପାଟନାର ଜୟା କୁମାରୀ । ସେ ମେଡ଼ିକାଲ ଏଣ୍ଟ୍ରାନ୍ସ ନିଟ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ଏକାକି ସୁଦୂର ବିହାରରୁ ଟ୍ରେନରେ ଆସି ପୁରୀରେ ପହଁଚିଛନ୍ତି ।
ସେ ଏଠାରେ କିଛି ଦିନ ରହି ଶ୍ରୀମନ୍ଦିର ସାମ୍ନାରେ ମହାପ୍ରଭୁଙ୍କୁ ସ୍ମରଣ ସମେତ ଭଗବତ ପାଠ କରିବେ । ତେବେ କୋଭିଡ କଟକଣାକୁ ନେଇ ଶ୍ରୀମନ୍ଦିରକୁ ଖୋଲିବା ଉଚିତ ନୁହେଁ କି ନାହଁ ସେ ନେଇ ଅତି ସୁନ୍ଦର ଉତ୍ତର ରଖିଛନ୍ତି ।