ଓଡିଶା

odisha

ETV Bharat / state

ବାହୁଡା ଯାତ୍ରା: ଜାଣନ୍ତୁ, ବିଶାଳକାୟ ଧୂପକାଠିର ମାହାତ୍ମ୍ୟ - puri

ଶ୍ରୀଜୀଉଙ୍କ ଏହି ବାହୁଡା ଯାତ୍ରାର ରହିଛି ଅନେକ ମାହାତ୍ମ୍ୟ । ତନ୍ମ ମଧ୍ୟରୁ ବିଶେଷ କରି ବାହୁଡା ଯାତ୍ରାରେ ଶରଧାବାଲିରେ ଦେଖିବାକୁ ମିଳେ ବିଶାଳକାୟ ଧୂପକାଠି । ଯାହାକୁ ସୁଦୂର ମହିଶୁରରୁ ପ୍ରତ୍ୟେକ ବର୍ଷ ଜଣେ ଭକ୍ତ ପଠାଇଥାନ୍ତି ।

ଡିଜାଇନ ଫଟୋ

By

Published : Jul 12, 2019, 11:03 AM IST

Updated : Jul 12, 2019, 11:22 AM IST

ପୁରୀ: ଆଜି ବାହୁଡିବେ କାଳିଆ ଠାକୁର । ସାଙ୍ଗରେ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ଗୁଣ୍ଡିଚାରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ । ନିଆରା ତାଙ୍କ ଲୀଳା ଓ ନିଆରା ତାଙ୍କ ପରମ୍ପରା । ଶ୍ରୀଜୀଉଙ୍କ ଏହି ରଥଯାତ୍ରାର ରହିଛି ଅନେକ ମାହାତ୍ମ୍ୟ । ତନ୍ମ ମଧ୍ୟରୁ ପବିତ୍ର ରଥଯାତ୍ରାରେ ଦେଖିବାକୁ ମିଳେ ବିଶାଳକାୟ ଧୂପକାଠି । ତେବେ ଆସନ୍ତୁ ଜାଣିବା କ'ଣ ରହିଛି ଏହି ବିଶାଳ ଧୂପକାଠିର ମାହାତ୍ମ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଖାଲି ମନୁଷ୍ୟ ନୁହେଁ ବହୁ ଦେବାଦେବୀ ମଧ୍ୟ ଏହି ଅପୁର୍ବ ରଥଯାତ୍ରା ଦେଖିବା ପାଇଁ ଆସିଥାନ୍ତି । ସମସ୍ତ ଦେବାଦେବୀଙ୍କୁ ମର୍ତ୍ତ୍ୟକୁ ସ୍ବାଗତ କରିବା ପାଇଁ ଏହି ବିଶାଳକାୟ ଧୂପକାଠି ଅର୍ପଣ କରାଯାଇଥାଏ । ଯାହା ସୁଦର ମହିଶୁରରୁ ପ୍ରତ୍ୟେକ ବର୍ଷ ଜଣେ ଭକ୍ତ ପଠାଇଥାନ୍ତି । ପ୍ରତ୍ୟକ ବର୍ଷ ଭୈରବ ବାବାମାନେ ଏହି ଧୂପକାଠି ଲଗାଇ ବଡଦାଣ୍ଡକୁ ସୁଗନ୍ଧିତ କରିଥାନ୍ତି । କେବଳ ରଥଯାତ୍ରାରେ ହିଁ ଏହି ଧୂପକାଠି ଦେଖିବାକୁ ମିଳିଥାଏ ।

ପୁରୀରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 12, 2019, 11:22 AM IST

For All Latest Updates

ABOUT THE AUTHOR

...view details