ଓଡିଶା

odisha

ETV Bharat / state

ବଗଲା ବିବାଦ: ବିଜେପିର ପୁରୀରୁ ନବୀନ ନିବାସ ପଦଯାତ୍ରା

ବଗଲା ଧର୍ମଶାଳା ଜମି ବିକ୍ରି ବିବାଦ ଘଟଣାରେ ଆଜି ପୁରୀରୁ ନବୀନ ନିବାସ ପଦଯାତ୍ରା ଆରମ୍ଭ କରିଛି ବିଜେପି । ଧର୍ମଶାଳା ଜମିର ଜାଗାକୁ ପ୍ଲଟିଂ କରି ଲଜ ମାଲିକଙ୍କୁ ଥଇଥାନ କରିବା ନେଇ ହେଉଥିବା ପ୍ରତିବାଦକୁ ଆହୁରି ବ୍ୟାପକ କରିଛି ପୁରୀ ବିଜେପି । ଅଧିକ ପଢନ୍ତୁ..

bagala-dharmashala-land
bagala-dharmashala-land

By

Published : Oct 14, 2020, 11:43 AM IST

Updated : Oct 14, 2020, 12:54 PM IST

ପୁରୀ: ବଗଲା ଧର୍ମଶାଳା ଜମି ବିକ୍ରି ବିବାଦ ଘଟଣାରେ ଆଜି ପୁରୀରୁ ନବୀନ ନିବାସ ପଦଯାତ୍ରା ଆରମ୍ଭ କରିଛି ବିଜେପି । ଦୀର୍ଘ ଧରି ଧାରଣାରେ ବସିଥିବା ବିଜେପି 18 ସେପ୍ଟେମ୍ବରରେ ଧାରଣା ପ୍ରତ୍ୟାହୃତ କରି ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ସ୍ଥିର କରିଥିଲା ।

ବଗଲା ବିବାଦ: ବିଜେପିର ପୁରୀରୁ ନବୀନ ନିବାସ ପଦଯାତ୍ରା

ବଗଲା ଧର୍ମଶାଳା ଜମିର ଜାଗାକୁ ପ୍ଲଟିଂ କରି ଲଜ ମାଲିକଙ୍କୁ ଥଇଥାନ କରିବା ନେଇ ହେଉଥିବା ପ୍ରତିବାଦକୁ ଆହୁରି ବ୍ୟାପକ କରିଛି ପୁରୀ ବିଜେପି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ବିଜେପି ନେତା । ପ୍ରଥମେ ଆପ ସାହାଯ୍ୟରେ ପିଟିସନ ଦାଖଲ କରିଥିଲେ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା । ଆଉ ଆଜି ଦଳର ନେତୃତ୍ବ ନବୀନ ନିବାସ ଅଭିମୁଖେ କରିବେ ପଦଯାତ୍ରା।

ଶ୍ରୀମନ୍ଦିର ଚତୁରପୀର୍ଶ୍ବରୁ ବିସ୍ଥାପିତ ହୋଇ ଥିବା 7 ଜଣ ଜମି ମାଲିକଙ୍କୁ ବଗଲା ଧର୍ମଶାଳାରେ ଜମି ଯୋଗାଇ ଦିଆଯିବ ବୋଲି ପ୍ରଶାସନ ନିଷ୍ପତ୍ତି ବିରୋଧରେ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରଶାସନ ତାଙ୍କ ନିଷ୍ପତିରୁ ଏ ପର୍ଯ୍ୟନ୍ତ ନ ଓହରି ବାରୁ ଏହି ସମର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅବଗତ କରିବା ପାଇଁ ଆଜି ଶତାଧିକ ବିଜେପି କର୍ମୀ ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି ।

ଆସନ୍ତାକାଲି ସୁଧା ଶୋଭାଯାତ୍ରା ନବୀନ ନିବାସରେ ପହଁଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯିବା ସହ ପୁରୀ ପ୍ରଶାସନର ଏଭଳି ନିଷ୍ପତିକୁ ରଦ୍ଧ କରିବା ଓ ପୁରୀ ପୁରୁଣା ଜେଲ ଜମିକୁ ସଦର ମୁଖ୍ୟ ଚିକିତ୍ସାଳୟ ସହିତ ମିଶାଇ ବାକୁ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି କୁହାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 14, 2020, 12:54 PM IST

ABOUT THE AUTHOR

...view details