ପୁରୀ: ପୁରୀରେ ଥିବା ବଗଲା ଧର୍ମଶାଳା ଜମିର ଜାଗାକୁ ପ୍ଲଟିଂ କରି ଲଜ ମାଲିକଙ୍କୁ ଥଇଥାନ କରିବା ନେଇ ହେଉଥିବା ପ୍ରତିବାଦକୁ ଆହୁରି ବ୍ୟାପକ କରିବ ପୁରୀ ବିଜେପି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବ ବିଜେପି । ଅସନ୍ତା ଅକ୍ଟୋବର 2 ତାରିଖରେ ଏକ ପଦଯାତ୍ରା କରିବ ପୁରୀ ଜିଲ୍ଲା ବିଜେପି ।
ବଗଲା ଜମି ବିବାଦ ପ୍ରସଙ୍ଗ: ପୁରୀରୁ ନବୀନ ନିବାସ ପଦଯାତ୍ରା କରିବ ବିଜେପି - odisha bjp
ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରତିବାଦକୁ ଆହୁରି ବ୍ୟାପକ କରିବ ବିଜେପି । 27 ଦିନ ଧରି ଜାରି ଥିବା ଆନ୍ଦୋଳନକୁ ସ୍ଥଗିତ ରଖି, ଆସନ୍ତା ଅକ୍ଟୋବର 2 ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ପୁରୀରୁ ନବୀନ ନିବାସ ଅଭିମୁଖେ ପଦଯାତ୍ରା କରିବା ନେଇ ସୂଚନା ଦେଇଛି ପୁରୀ ଜିଲ୍ଲା ବିଜେପି । ଅଧିକ ପଢନ୍ତୁ...
ବଗଲା ଜମି ପ୍ରସଙ୍ଗକୁ ନେଇ ବିଜେପି କରିବ ପଦଯାତ୍ରା
ପୁରୀରୁ ନବୀନ ନିବାସ ପର୍ଯ୍ୟନ୍ତ କରିବ ପଦଯାତ୍ରା । ଶ୍ରୀମନ୍ଦିର ସିଂହ ଦ୍ୱାର ଠାରୁ ଏହି ପଦଯାତ୍ରା ଆରମ୍ଭ ହେବ । ବଗଲା ଜମି ପୂର୍ବ ଭଳି ଭକ୍ତଙ୍କ ଉଦେଶ୍ୟ ରହିବା ପାଇଁ ଆଶ୍ରୟସ୍ଥଳୀ କରିବା ମୁଖ୍ୟ ଦାବି ରହିଛି । ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଦିଆଯାଇଛି ଶବିଶେଷ ସୂଚନା।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ