ପୁରୀ: ବଡଦାଣ୍ଡ ମହୋତ୍ସବକୁ ନେଇ କମ୍ପିଲା ବଡଦାଣ୍ଡ । ଶହ ଶହ ସଂଖ୍ୟାରେ ସାମିଲ ହୋଇଛନ୍ତି ଶ୍ରଦ୍ଧାଳୁ । ଭଜନ କୀର୍ତ୍ତନ, ଝୋଟି ଓ ଚିତ୍ରାଙ୍କନରେ ଝଲସୁଛି ବଡଦାଣ୍ଡ । ବିଭିନ୍ନ ଲୋକ ନୃତ୍ୟ ମଧ୍ୟ ପରିବେଷଣ ହୋଇଛି । ତେବେ ଲୋକଙ୍କ ମଧ୍ୟରେ ଭକ୍ତି ଓ ସମର୍ପଣ ଭାବନା ଜାଗ୍ରତ କରିବାକୁ ଏଭଳି ପ୍ରୟାସ କରିଛି ଜିଲ୍ଲା ପ୍ରଶାସନ ।
ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବଡ଼ଦାଣ୍ଡ ସମସ୍ତଙ୍କ ମନ ମୋହି ନେଇଛି । ପ୍ରତି ରବିବାର ସକାଳ 6ଟାରୁ 8ଟା ପର୍ଯ୍ୟନ୍ତ 2ଘଣ୍ଟା ଧରି ପୁରୀରେ ଅନୁଷ୍ଠିତ ହେଉଛି ବଡଦାଣ୍ଡ ମହୋତ୍ସବ । ଗତ ରବିବାର ଏହାର ପ୍ରଥମ ଶୁଭାରମ୍ଭ ହୋଇଥିବାରୁ ଏହା ଦ୍ବିତୀୟ ରବିବାର । ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ବଜାୟ ରଖିବାକୁ ଶ୍ରୀମନ୍ଦିର ଚତୁର୍ଥପାର୍ଶ୍ବରେ ଏହି ପ୍ରୟାସ ଆରମ୍ଭ ହୋଇଛି ।