ପୁରୀ:ପିପିଲି ଟୋଲ ଗେଟ ନିକଟରେ ପର୍ଯ୍ୟଟକଙ୍କ ଚଳନ୍ତା କାରକୁ ଘେରି କିଛି ଦୁର୍ବୃତ୍ତ ଆକ୍ରମଣ କରୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି (Attack On Tourist at Pipili Toll Gate) ।
ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ପୁରୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ପୋଲିସ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।
ସୂଚନା ଅନୁଯାୟୀ ଗତ ଶନିବାର ଅକ୍ଷୟ ମେହେରଙ୍କ ପରିବାର କାରରେ କୋଣାର୍କରୁ ଭୁବନେଶ୍ୱର ଫେରୁଥିବା ସମୟରେ ତାଙ୍କ ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉ ଥିବାବେଳେ ଏପରି ଅଘଟଣ କିପରି ସେମାନଙ୍କ ନଜରକୁ ଆସିଲା ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଘଟଣା ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।