ଓଡିଶା

odisha

ETV Bharat / state

‘ପ୍ରେସ୍ ଫ୍ରିଡମ ଡେ’ରେ ସାମ୍ବାଦିକଙ୍କୁ ବନବିଭାଗ କର୍ମଚାରୀଙ୍କ ଆକ୍ରମଣ

ବିଶ୍ବ ପ୍ରେସ୍ ଫ୍ରିଡ୍‌ମ ଡେ’ରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ । ବାଲୁଖଣ୍ଡ ଅଭୟାରଣ୍ୟରେ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ନେଇ ଅଭିଯୋଗ । ଥାନାରେ ଏତଲା ।...

By

Published : May 3, 2020, 8:39 PM IST

Updated : May 4, 2020, 9:23 AM IST

Attack on journalists on World Press Freedom Day
ବିଶ୍ବ ପ୍ରେସ୍ ଫ୍ରିଡ୍‌ମ ଡେ’ରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ

ପୁରୀ :ବିଶ୍ବ ପ୍ରେସ୍ ଫ୍ରିଡ୍‌ମ ଡେ’ରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ । ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଖବର ସଂଗ୍ରହ ବେଳେ ଏକ ନିର୍ଦ୍ଦିଷ୍ଟ ସଂସ୍ଥାର ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏପରିକି ବନବିଭାଗର କର୍ମଚାରୀ କ୍ୟାମେରା ଭାଙ୍ଗିଦେଇଥିବା ନେଇ ଅଭିଯୋଗ ହୋଇଛି ।

ବିଶ୍ବ ପ୍ରେସ୍ ଫ୍ରିଡ୍‌ମ ଡେ’ରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ

ରବିବାର ବାତ୍ୟା ଫନିକୁ ବର୍ଷେ ପୁରିଛି , ଫନୀର ତାଣ୍ଡବରେ ଧ୍ବସ୍ତ ବିଧ୍ବସ୍ତ ହୋଇଥିଲା ଅଭୟାରଣ୍ୟର ହଜାର ହଜାର ଗଛ । ଏନେଇ ଖବର ସଂଗ୍ରହ ପାଇଁ ଅଭୟାରଣ୍ୟକୁ ଯାଇଥିବାବେଳେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବାର ଭିଜୁଆଲ ସାମ୍ନାକୁ ଆସିଛି ।

ବନ ବିଭାଗର କର୍ମଚାରୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ସାମ୍ବାଦିକ । ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପେଣ୍ଠକଟା ଥାନାରେ ମାମଲା ରୁଜୁ ହୋଇଛି । ସେପଟେ ଏଭଳି ଆକ୍ରମଣକୁ ସାଧାରଣରେ ନିନ୍ଦା କରାଯାଇଛି । ତେବେ ଏନେଇ ବନବିଭାଗ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 4, 2020, 9:23 AM IST

ABOUT THE AUTHOR

...view details