ଓଡିଶା

odisha

ETV Bharat / state

ଡଙ୍ଗା ପାଲଟିଛି ସାହାରା, ମାଟ୍ରିକ ପାଇଁ ନଦୀ ପାର - 2019

ପଦାରେ ପଡିଲା ରାଜ୍ୟ ସରକାରଙ୍କ ବିକାଶର ଅସଲ ଚିତ୍ର । କୌଣସି ମୁହୂର୍ତ୍ତରେ ଘଟିପାରେ ଅଘଟଣ । ବିପଦ ସଙ୍କୁଳ ଅବସ୍ଥାରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଛନ୍ତି ଛାତ୍ରଛାତ୍ରୀ । ପାଦେ ପାଦେ ବିପଦ ପାର ହୋଇ ବୋର୍ଡ ପରୀକ୍ଷା ଦେବାକୁ ଯାଉଛନ୍ତି ସୁରେନ୍ଦ୍ରନାଥ ବିଦ୍ୟାପୀଠର ଛାତ୍ରଛାତ୍ରୀ । ଏପରି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ତାଳଦା ଦୀପାଞ୍ଚଳର।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Feb 22, 2019, 1:36 PM IST

ପୁରୀ: ବେଫିକର ପ୍ରଶାସନ। ପଦାରେ ପଡିଲା ରାଜ୍ୟ ସରକାରଙ୍କ ବିକାଶର ଅସଲ ଚିତ୍ର। କୌଣସି ମୁହୂର୍ତ୍ତରେ ଘଟିପାରେ ଅଘଟଣ। ବିପଦ ସଙ୍କୁଳ ଅବସ୍ଥାରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଛନ୍ତି ଛାତ୍ରଛାତ୍ରୀ। ପାଦେ ପାଦେ ବିପଦ ପାର ହୋଇ ବୋର୍ଡ ପରୀକ୍ଷା ଦେବାକୁ ଯାଉଛନ୍ତି ସୁରେନ୍ଦ୍ରନାଥ ବିଦ୍ୟାପୀଠର ଛାତ୍ରଛାତ୍ରୀ। ଏପରି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଅସ୍ତରଙ୍ଗର ତାଳଦା ଦୀପାଞ୍ଚଳର । ପ୍ରାୟ ୪୦ ଜଣ ପରୀକ୍ଷାର୍ଥୀ ଦେବୀ ନଦୀରେ ଡଙ୍ଗା ପାର ହୋଇ ପରୀକ୍ଷା ଦେବାକୁ ଯାଉଥିବା ଦେଖିବାକୁ ମିଳିଛି। ତାଳଦା ସେତୁର କାମ ପୂରଣ ହୋଇ ନଥିବାରୁ ଏଭଳି ଦୁର୍ଦ୍ଦଶା ପରୀକ୍ଷାର୍ଥୀ ଭୋଗିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସବୁଠୁ ବଡ଼କଥା ହେଲା ନଦୀ ପାର ହେବା ବେଳେ ପରୀକ୍ଷାର୍ଥୀଙ୍କ ସହ ବାଇକ ମଧ୍ୟ ବୁହା ହୋଇ ଆସୁଥିଲା । ସେପଟେ ଡଙ୍ଗାରେ ଲାଇଫ ଜ୍ୟାକେଟ ନଥିବା ଦେଖିବାକୁ ମିଳିଛି । ଯଦି କିଛି ଅଘଟଣ ଘଟେ ତେବେ କିଏ ରହିବ ଦାୟୀ ? ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ସୂଚନା ରହିଛି କି ନିକଟରେ କେନ୍ଦ୍ରାପଡାର ନିପାଣିଆର ମହାନଦୀ ମୁହାଣରେ ଡଙ୍ଗା ବୁଡି 10ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ମଧ୍ୟ ଅନେକ ଥର ଡଙ୍ଗାବୁଡିରେ ଅନେକଙ୍କଜୀବନ ଯାଇଛି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details