ପୁରୀ: ଐତିହାସିକ କୋଣାର୍କ ମନ୍ଦିରରୁ କଢାଯିବ ଲୁହାଭାରା। ଏନେଇ ସୂର୍ଯ୍ୟ ମନ୍ଦିରର ଅନୁଧ୍ୟାନ କରିଛି ଏଏସଆଇ ଟିମ। ମନ୍ଦିର ପିଢକୁ ସପୋର୍ଟ ଦେବା ପାଇଁ 8ଟି ଷ୍ଟିଲ ବିମ୍ ଦିଆଯିବ ବୋଲି ବିଶେଷଜ୍ଞ ଟିମ କହିଛନ୍ତି।ଉତ୍ତରାଖଣ୍ଡର ରୁର୍କି ସ୍ଥିତ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ର ବୈଜ୍ଞାନିକ ସିଦ୍ଧାର୍ଥ ବେହେରାଙ୍କ ନେତୃ୍ତ୍ବରେ ଏକ ୩ ଜଣିଆ ବିଶେଷଜ୍ଞ ଟିମ୍ କୋଣାର୍କ ମନ୍ଦିର ବୁଲି ଦେଖିଛନ୍ତି। ଏମାନଙ୍କ ସହ ପ୍ରତ୍ନତତ୍ତ୍ବ ବିଭାଗର ଏକ ଇଞ୍ଜିନିୟରିଂ ଟିମ୍ ମନ୍ଦିରର ବାହ୍ୟ ପାର୍ଶ୍ବ ଓ ଗର୍ଭଗୃହର ସ୍ଥିତି ଯାଞ୍ଚ୍ କରିଛନ୍ତି।
ତେବେ 2 ମାସ ମଧ୍ୟରେ ମନ୍ଦିର ଚତୁଃପାର୍ଶ୍ବରୁ ସଂପୂର୍ଣ୍ଣ ଲୁହାଭାର କଢ଼ାଯାଇ ମନ୍ଦିର ପିଢ଼କୁ ସପୋର୍ଟ ଦେବା ପାଇଁ ୮ଟି ଷ୍ଟିଲ ବିମ୍ ଦିଆଯିବ ବୋଲି ବିଶେଷଜ୍ଞ ଟିମ୍ କହିଛନ୍ତି। ଅନ୍ୟପଟେ କୋଣାର୍କ ମନ୍ଦିରର ଭିତ୍ତିଭୂମି ଓ ମନ୍ଦିର ନେଇ କୌଣସି ବିପଦ ନଥିବା ଏଏସଆଇ କହିଛି।