ପୁରୀ: ବ୍ରହ୍ମଗିରି ଖିରିସାହିରେ ସମୁଦ୍ର ପଥରେ ଆସି ଲାଗିଥିବା ଅଣ୍ଡାମାନର ନାବିକଙ୍କୁ ଉଦ୍ଧାର କରିଛି ପୁରୀ ପୋଲିସ । ଉଦ୍ଧାର ପରେ ତାଙ୍କୁ ପୁରୀର ଏକ ସେଲଟର୍ ହୋମ୍ରେ ରଖାଯାଇଛି । ସେଠାରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବାବେଳେ ତାଙ୍କୁ ଅଣ୍ଡାମାନ ଫେରାଇ ନେବାକୁ ପ୍ରଶାସନ ବ୍ୟବସ୍ଥା କରୁଛି ।
ତେବେ ଉଦ୍ଧାର ନାବିକ ଜଣଙ୍କ ହେଲେ ଅମିତ କୁଜୁର । ସେ ଅଗଷ୍ଟ28 ତାରିଖରେ ଆଣ୍ଡାମାନର ପୋର୍ଟବ୍ଲେୟାରରୁ ବାହାରି ଥିବାବେଳେ ଘୂର୍ଣ୍ଣିବାତ୍ୟାର ସମ୍ମୁଖୀନ ହୋଇ ଦିଶାହୀନ ହୋଇଥିଲେ । ଏହାପରେ ସେ ଦୀର୍ଘଦିନ ଧରି ସମୁଦ୍ରରେ ଘୁରି ବୁଲିଥିଲେ । ଅକ୍ଟୋବର 25 ତାରିଖରେ ସେ ବ୍ରହ୍ମଗିରି ଖିରିସାହି ସମୁଦ୍ରକୂଳରେ ଲାଗିଥିଲେ । ତେବେ ଏତେ ଦିନ କିଭଳି ସେ ସମୁଦ୍ରରେ ସଂଘର୍ଷ ଜାରି ରଖିଥିଲେ ସେନେଇ ଆମ ଇଟିଭି ଭାରତକୁ ଦେଇଥିବା ଏକ ସାକ୍ଷାତକାରରେ ବର୍ଣ୍ଣନା କରିଥିଲେ ।