ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ପଟ୍ଟିଦିଅଁ ପୂଜା ଆରମ୍ଭ

ଗତକାଲି ରାତିରେ ସ୍ନାନବେଦୀରୁ ପହଣ୍ଡିରେ ଯାଇ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିରେ ରହିଛନ୍ତି । ମଙ୍ଗଳବାର ଠାରୁ ମହାପ୍ରଭୁଙ୍କ ଗୋପନ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସ୍ଥାନରେ ନୀତି ଅନୁଯାୟୀ ପଟ୍ଟିିଦିଅଁ ପୂଜା ପାଇବେ। ପଟ୍ଟଚିତ୍ର ପଟ୍ଟି ଅଣସର ନୀତି ସମୟରେ ଆବଶ୍ୟକ ପଡେ । ତିନିବାଡ ପଟି ଠାକୁର( ପ୍ରଭୁ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ମଝିବାଡରେ ଅର୍ଥାତ ମା’ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ବରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶ୍ରୀନାରାୟଣ ଅଧିଷ୍ଠିତ ହେବେ) ।

By

Published : Jun 18, 2019, 11:02 AM IST

Updated : Jun 18, 2019, 3:43 PM IST

ଡିଜାଇନ ଫଟୋ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁ ଏବେ ଅଣସର ପିଣ୍ଡିରେ । ଏହି ପିଣ୍ଡି ସମ୍ମୁଖରେ ଅଣସର ତାଟି ଦିଆଯାଇଛି । ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟ୍ଟିିଦିଅଁ ବିଜେ କରିଛନ୍ତି । ମଙ୍ଗଳବାର ଠାରୁ ଭକ୍ତମାନେ ଏହି ପଟ୍ଟିିଦିଅଁଙ୍କୁ ଦର୍ଶନ କରିବେ । ମହାପ୍ରଭୁଙ୍କ ସ୍ଥାନରେ ନୀତି ଅନୁଯାୟୀ ପଟ୍ଟିିଦିଅଁ ପୂଜା ପାଇବେ। ଗତକାଲି ରାତିରେ ସ୍ନାନବେଦୀରୁ ପହଣ୍ଡି ଯିବାବେଳେ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିରେ ରହିଛନ୍ତି । ମଙ୍ଗଳବାର ଠାରୁ ମହାପ୍ରଭୁଙ୍କ ଗୋପନ ନୀତି ଅନୁଷ୍ଠିତ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ


ପଟ୍ଟଚିତ୍ର ପଟ୍ଟି ଅଣସର ନୀତି ସମୟରେ ଆବଶ୍ୟକ ପଡେ । ତିନିବାଡ ପଟି ଠାକୁର( ପ୍ରଭୁ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ମଝିବାଡରେ ଅର୍ଥାତ ମା’ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ବରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶ୍ରୀନାରାୟଣ ଅଧିଷ୍ଠିତ ହେବେ । ଏହି ପଟ୍ଟିରେ ଚିତ୍ରିତ ଠାକୁର ଚତୁର୍ଭୁଜ । ଶ୍ରୀଜଗନ୍ନାଥଙ୍କ ଚତୁର୍ଭୁଜରେ ଶଙ୍ଖଚକ୍ର, ଗଦାପଦ୍ମ, ଶ୍ରୀବଳଭଦ୍ରଙ୍କ ଚତୁର୍ଭୁଜରେ ଶଙ୍ଖଚକ୍ର, ଗଦାଲଙ୍ଗଳ ଓ ଦେବୀ ସୁଭଦ୍ରାଙ୍କ ଚତୁର୍ଭୁଜରେ (ଉର୍ଦ୍ଧ୍ବ ଦୁଇ ଭୁଜରେ, ପଦ୍ମ) ଓ ବରଦାନ ଭଙ୍ଗିରେ ନିମ୍ନ ଦୁଇ ଭୁଜ ରହିଛି ।

ଏହାସହ ପଟ୍ଟିିଦିଅଁଙ୍କୁ ଭକ୍ତମାନେ ଦଶ ଅବତାର ଭାବେ ବିବେଚନା କରିଥାନ୍ତି । ପଟ୍ଟିିଦିଅଁ ବାସୁଦେବଙ୍କ ସହିତ ଦୋଳଗୋବିନ୍ଦ, ରାମ-ନୃସିଂହ, ଭୁବନେଶ୍ବରୀଙ୍କ ପାର୍ଶ୍ବରେ ଭୂଦେବୀ, ଶ୍ରୀଦେବୀ, ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ ଶ୍ରୀକୃଷ୍ଣ ବିଜେ କରିବାର ପରମ୍ପରା ରହିଛି ।


କିମ୍ବଦନ୍ତୀ ମୁତାବକ, ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ଭାବେ ଭକ୍ତ ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠକୁ ଦର୍ଶନ ପାଇଁ ଯାଇଥାନ୍ତି । ସେଠାରେ ମହାପ୍ରଭୁ ବିଜେ କରିଥାନ୍ତି ବୋଲି ବିଶ୍ବାସ କରାଯାଏ । ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତାକାଲିଠାରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ସମାଗମ ହେବ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 18, 2019, 3:43 PM IST

ABOUT THE AUTHOR

...view details