ଓଡିଶା

odisha

ETV Bharat / state

ଶ୍ରୀଜୀଉଙ୍କ ଫିଟା ହେଲା ଓଦା ବସ୍ତ୍ର, ଆଜି ଫିଟିବ ଶ୍ରୀଅଙ୍ଗ

ଆଜି ଶ୍ରୀମନ୍ଦିର ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମାରେ ଜଳସିକ୍ତ ପାଟଗୁଡିକୁ ଫିଟାଇ ଦିଆଯାଇଛି । ଆସନ୍ତାକାଲି ଶ୍ରୀଅଙ୍ଗ ଫିଟାଯିବ ।

By

Published : Jun 20, 2019, 12:02 PM IST

ଫାଇଲ ଫଟୋ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁ ଏବେ ଅଣସର ପିଣ୍ଡିରେ । ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତ ନୀତିରେ ସେବା କରୁଛନ୍ତି । ଆଜି ଶ୍ରୀମନ୍ଦିର ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମାରେ ଜଳସିକ୍ତ ପାଟ ଗୁଡିକୁ ଫିଟାଇ ଦିଆଯାଇଛି । ଆସନ୍ତାକାଲି ଶ୍ରୀଅଙ୍ଗ ଫିଟାଯିବା ପରେ ଦଇତାପତିମାନେ ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରିବେ ।

ଏହାପରେ କୃଷ୍ଣ ପଞ୍ଚମୀଠାରୁ ଦଇତାପତିମାନେ ମହାପ୍ରଭୁଙ୍କ ଆରୋଗ୍ୟ ପାଇଁ ବୈଦ୍ୟଙ୍କ ପରାମର୍ଶ ଫୁଲରୀ ତେଲ ଶ୍ରୀଅଙ୍ଗରେ ଘର୍ଷଣ କରିବେ । ଦାରୁବ୍ରହ୍ମଙ୍କ ଆରୋଗ୍ୟ ପାଇଁ ଗୁପ୍ତ ଚିକିତ୍ସା କରାଯିବ । ଏହାସହ ପ୍ରତ୍ୟେହ ଚକଟା ଭୋଗ କରାଯିବ ମହାବିଗ୍ରହଙ୍କ ନିକଟରେ ।

ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି । ଏବେ ଭକ୍ତମାନେ ଶ୍ରୀମନ୍ଦିରରେ ପଟିଦିଅଁ ଦର୍ଶନ କରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details