ବ୍ରହ୍ମଗିରୀ: ମହାମାରୀ କୋରୋନା ଦାଉରେ ଅସ୍ତବ୍ୟସ୍ତ ବିଶ୍ୱ । ଦେଶରେ 21 ଦିନ ପାଇଁ ଜାରି ହୋଇଛି ଲକ ଡାଉନ । ଓଡ଼ିଶାର ପ୍ରମୁଖ ପଯ୍ୟଟନ ସ୍ଥଳୀ ବ୍ରହ୍ମଗିରିର ବାଲି ହରଚଣ୍ଡୀ ଆଜି ସୁନସନ। ଯେଉଁ ଜଙ୍ଗଲରେ ଦିନେ ବଣ ଭୋଜିର ଆସର ଜମୁଥିଲା ସେଠି ଏବେ ଖାଁ ଖାଁ । ପୀଠର ଶତାଧିକ ବିରାଡି ଓ କୁକୁର ଏହି ଭୋଜିର ଖାଦ୍ୟ ଖାଇ ବୁଲୁଥିଲେ। ହେଲେ ଏବେ ଭୋକ ଉପାସରେ ପଡି ଛଟପଟ ହେଉଥିବା ଦେଖିବାକୁ ମିଳିଛି।
ଭୋକିଲା ପଶୁଙ୍କ ଦେବଦୂତ ରୟାଲ ଷ୍ଟାର କ୍ଲବର ସଦସ୍ୟ - ରାୟଲ ଷ୍ଟାର କ୍ଲବ
ଭୋକିଲା ପଶୁଙ୍କ ପାଇଁ ଦେବଦୂତ ସାଜିଛନ୍ତି ରୟାଲ ଷ୍ଟାର କ୍ଲବର ସଦସ୍ୟ। ପଶୁ ପକ୍ଷୀଙ୍କୁ ଖାଦ୍ୟ ଦେବା ପାଇଁ ଅଣ୍ଟା ଭିଡିଛନ୍ତି ଯୁବଗୋଷ୍ଠୀ। ଅଧିକ ପଢନ୍ତୁ...
ଭୋକିଲା ପଶୁଙ୍କ ଦେବଦୂତ ରାୟଲ ଷ୍ଟାର କ୍ଲବର ସଦସ୍ୟ
ଯାହାକୁ ନଜରରେ ରଖି ବ୍ରହ୍ମଗିରି ମଥୁରା ଗ୍ରାମ ରୟାଲ ଷ୍ଟାର କ୍ଲବର ସଦସ୍ୟ ମାନେ ଭୋକିଲା ପଶୁଙ୍କ ପାଇଁ ରନ୍ଧା ଆମିଷ ଖାଦ୍ୟ ଆଣି ଦେଉଛନ୍ତି । ଆଉ ବହୁତ ଦିନ ପରେ ଭୋକିଲା ପେଟକୁ ଟିକେ ଦାନା ମିଳିବା ପରେ ବେଶ ଆନନ୍ଦ ଅଛନ୍ତି ପଶୁମାନେ ।
ବ୍ରହ୍ମଗିରୀରୁ ଦେବାଶିଷ ଦାସ, ଇଟିଭି ଭାରତ