ଓଡିଶା

odisha

ETV Bharat / state

‘ବାତ୍ୟା ପ୍ରପୀଡିତ ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ଦିଆଯାଉଛି’

ବାତ୍ୟା ଫନି ଯୋଗୁଁ ପୁରୀର ଅଧିକାଂଶ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା କହିଛନ୍ତି ପୁରୀ ଉପଜିଲ୍ଲାପାଳ ।

By

Published : May 5, 2019, 2:21 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ‘ଫନି’ ପ୍ରଭାବରେ ଶ୍ରୀହୀନ ହୋଇଛି ଶ୍ରୀକ୍ଷେତ୍ର। ଅନ୍ୟ ଜିଲ୍ଲା ଅପେକ୍ଷା ପୁରୀରେ ସର୍ବାଧିକ କ୍ଷୟକ୍ଷତି ହୋଇଛି । ରାସ୍ତା, ଘାଟ, ବିଦ୍ୟୁତ, ଘରଦ୍ବାର ଭାଙ୍ଗି ଚୁରମାର ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁସାରେ, ଫନି ଯୋଗୁଁ 18 ଜଣ ଲୋକ ପ୍ରାଣ ହରାଇଛନ୍ତି । ବାତ୍ୟା ବିପନ୍ନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା କହିଛନ୍ତି ପୁରୀ ଉପଜିଲ୍ଲାପାଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details