ଓଡିଶା

odisha

ETV Bharat / state

ଅଣସର ଘରେ ଶ୍ରୀଜିଉ: ଆରମ୍ଭ ହେଲା ଅଲାରନାଥଙ୍କ ଦର୍ଶନ - visit

ମହାବିଗ୍ରହଙ୍କ ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ କଲେ କୋଟି ପୂର୍ଣ୍ଣଫଳ ମିଳିଥାଏ । ବିଶ୍ବାସ ଓ ଆସ୍ଥା ଯେ ଏହି 15 ଦିନ ଅଲାରନାଥଙ୍କୁ ଦର୍ଶନ କଲେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସମଫଳ ପ୍ରାପ୍ତି ହୋଇଥାଏ ।

ଫଟୋ ସୌଜନ୍ୟ: ପ୍ରତିନିଧି,ବ୍ରହ୍ମଗିରି

By

Published : Jun 18, 2019, 9:53 AM IST

ବ୍ରହ୍ମଗିରି: ସରିଛି ସ୍ନାନପୂର୍ଣ୍ଣିମା । ସ୍ନାନ ମଣ୍ଡପରୁ ମହାସ୍ନାନ ସାରି ଗଜାନନ ବେଶରେ ଦର୍ଶନ ଦେବା ପରେ ଚତୁର୍ଦ୍ଧାମୂର୍ତ୍ତି ଆଉ ରତ୍ନ ସିଂହାସନକୁ ନ ଫେରି ଅଣସର ଘରକୁ ବିଜେ କରନ୍ତି । ମହାବିଗ୍ରହଙ୍କ ଅଣସର ଓ ଅଦର୍ଶନ ସମୟରେ ଅଲାରନାଥଙ୍କ ଦର୍ଶନ କଲେ କୋଟି ପୂଣ୍ୟଫଳ ମିଳିଥାଏ । ବିଶ୍ବାସ ଓ ଆସ୍ଥା ଯେ ଏହି 15 ଦିନ ଅଲାରନାଥଙ୍କୁ ଦର୍ଶନ କଲେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସମଫଳ ପ୍ରାପ୍ତି ହୋଇଥାଏ । ଏଥିପାଇଁ ଆଜି(ମଙ୍ଗଳବାର)ଠାରୁ ପୁରୀ ଜିଲ୍ଲା ବ୍ରହ୍ମଗିରିଠାରେ ଅଲରାନାଥଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲଗିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ବ୍ରହ୍ମଗିରି


ଅଣସର ପ୍ରଥମ ଦିନରେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଆଗାମୀ 14 ଦିନ ଯାଏଁ ଏହି ପୀଠରେ ଭକ୍ତଙ୍କ ଭିଡ ରହିବ । ଏହାକୁ ଆଖିଆଗରେ ରଖି ସେବାୟତ ନିଯୋଗ ପକ୍ଷରୁ ନୀତିକାନ୍ତି ଚୂଡାନ୍ତ ହୋଇଛି । ସେହିପରି ମଙ୍ଗଳବାର ସକାଳୁ ଲମ୍ବା ଧାଡିରେ ଭକ୍ତମାନେ ଦର୍ଶନ କରୁଥିବା ବେଳେ ପ୍ରଶାସନ ପକ୍ଷରୁ ଠାକୁରଙ୍କ ଦର୍ଶନ ପାଇଁ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଛି ।


ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details