ଓଡିଶା

odisha

ETV Bharat / state

ରୂପା ଇଟା ପରେ ଏମାର ମଠରୁ ମିଳିଲା ରୁପା ଗଛ - ଏମାର ମଠ

ପୁରୀ ଏମାର ମଠର ଏକ ସିନ୍ଦୁକରୁ ଏକ ରୁପା ଗଛ ମିଳିଛି । ଯାହାକି ବେଶ ଆକର୍ଷଣୀୟ । ଗଛରେ ପତ୍ର ଥିବା ଭଳି ରୁପା ପତ୍ର ରହିଛି । ମଠରେ ଥିବା ଠାକୁରଙ୍କର ପର୍ବ ପର୍ବାଣୀରେ ପୂଜା ସମୟରେ ଏହା ବ୍ୟବହାର ହୋଇଥାଏ । ଅଧିକ ପଢନ୍ତୁ...

ଏମାର ମଠରୁ ରୁପା ଗଛ ଉଦ୍ଧାର
ଏମାର ମଠରୁ ରୁପା ଗଛ ଉଦ୍ଧାର

By

Published : Apr 9, 2021, 9:32 PM IST

ପୁରୀ: ପୁରୀ ଏମାର ମଠର ଏକ ସିନ୍ଦୁକରୁ ଏକ ରୁପା ଗଛ ମିଳିଛି । ଯାହାକି ବେଶ ଆକର୍ଷଣୀୟ । ଗଛରେ ପତ୍ର ଥିବା ଭଳି ରୁପା ପତ୍ର ରହିଛି । ମଠରେ ଥିବା ଠାକୁରଙ୍କ ପର୍ବ ପର୍ବାଣୀରେ ପୂଜା ସମୟରେ ଏହା ବ୍ୟବହାର ହୋଇଥାଏ ।

ତେବେ ଏମାର ମଠରୁ 2011 ମସିହାରେ 522 ଖଣ୍ଡ ରୁପା ଇଟା ବାହାରିବା ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଥିଲା। ଏମାର ମଠ ପୁରୀରେ ଥିବା ଅନ୍ୟ ମଠ ଗୁଡିକ ଭିତରୁ ସବୁଠୁ ଧନ ଶାଳୀ ମଠ ଭାବରେ ଖ୍ୟାତି ରହିଛି। ପୂର୍ବରୁ ରାଜା ମହାରାଜା, ଭକ୍ତମାନେ ଅନେକ ସୁନା ରୁପା ଦାନ କରିଥିବା କୁହାଯାଏ ।

ମଠର ପରିଚାଳନା ଦାୟିତ୍ୱ ମହନ୍ତ ରାଜଗୋପାଳ ରାମା ନୁଜ ଦାସଙ୍କ ଠାରୁ ଏବେ ହସ୍ତାନ୍ତର କରାଯାଇ ଅନ୍ତରୀଣ ଟ୍ରଷ୍ଟ ମୁଖ୍ୟ ଭାବେ ଥିବା ଉତ୍ତର ପାର୍ଶ୍ଵ ମଠର ମହନ୍ତ ନାରାୟଣ ରମାନୁଜ ଦାସଙ୍କୁ ଅର୍ପଣ କରିଛି ରାଜ୍ୟ ଦେବୋତ୍ତର ବିଭାଗ । ଦେବୋତ୍ତର ବିଭାଗ ଦ୍ୱାରା ଗଠିତ ନୂତନ ଟ୍ରଷ୍ଟ ମଠର ସଦସ୍ୟ ଆୟ ବ୍ଯୟ ହିସାବ ରଖିବେ ।

ରୂପା ଇଟା ମାମଲାରେ ବହୁ ଚର୍ଚ୍ଚାରେ ଥିବା ଏମାର ମଠର ମହନ୍ତଙ୍କ ଠାରୁ ଆଜି (ଶୁକ୍ରବାର) ବିଧିବଦ୍ଧ ଭାବେ ଦାୟିତ୍ବ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଦେବୋତ୍ତର ବିଭାଗ ନିଷ୍ପତ୍ତି ଅନୁଯାୟୀ ବିବାଦୀୟ ମହନ୍ତ ଗୋପାଳ ରାମାନୁଜ ଦାସଙ୍କୁ ଅବ୍ୟାହତି ଦିଆଯାଇ ତାଙ୍କ ସ୍ଥାନରେ ନୂଆ ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ମହନ୍ତ ନାରାୟଣ ରାମାନୁଜ ଦାସଙ୍କୁ ଦାୟିତ୍ବ ଦିଆଯିବା ସହ ମଠରେ ଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯାଉଛି। ମଠର ମହନ୍ତ ଦାୟିତ୍ବ ହସ୍ତାନ୍ତର ପ୍ରକ୍ରିୟାରେ ସହଯୋଗ କରୁ ନଥିବାରୁ ପୋଲିସ ଓ ମାଜିଷ୍ଟ୍ରେଟ ଉପସ୍ଥିତିରେ ମଠର ଦୁଇଟି କୋଠରୀ ଓ ଗୋଟିଏ ସିନ୍ଦୁକର ତାଲା ଭଙ୍ଗା ଯାଇ ଯାଞ୍ଚ କରାଯାଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details