ଓଡିଶା

odisha

ETV Bharat / state

ଶୂନଶାନ ସାତପଡା, ‘ଫନି’ ଓଗାଳିଲା ପର୍ଯ୍ୟଟକଙ୍କ ବାଟ

ପର୍ଯ୍ୟଟକଙ୍କ କୋଳାହଳରେ ଫାଟି ପଡୁଥିବା ଚିଲିକା ଏବେ ନିସ୍ତବ୍ଧ । ‘ଫନି’ର ପ୍ରଳୟ ପରେ ଭାଙ୍ଗି ଯାଇଛି ସାତପଡାର ଆର୍ଥିକ ମେରୁଦଣ୍ଡ । ଶ୍ରୀହୀନ ହୋଇଯାଇଛି ସାତପଡା ।

ଡିଜାଇନ ଫଟୋ

By

Published : May 21, 2019, 3:25 PM IST

ବ୍ରହ୍ମଗିରି: ଶୂନଶାନ ସାତପଡା । ଖାଲି ପଡିଛି ନୌକା । ପର୍ଯ୍ୟଟକଙ୍କ କୋଳାହଳରେ ଫାଟିପଡୁଥିବା ଚିଲିକା ଏବେ ନିସ୍ତବ୍ଧ । ‘ଫନି’ର ପ୍ରଳୟ ପରେ ଭାଙ୍ଗି ଯାଇଛି ସାତପଡାର ଆର୍ଥିକ ମେରୁଦଣ୍ଡ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଚିଲିକାରେ ଆଉ ପର୍ଯ୍ୟଟକଙ୍କ ପାଦ ପଡୁନି । ସାତପଡାରେ ଡଲଫିନ ଓ ନୌକାବିହାର କରିବା ସହ ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରୁବାକୁ ଆସୁଥିବା ପର୍ଯ୍ୟଟକଙ୍କ ଆଉ ଦେଖାମିଳୁନି ।

ସେପଟେ ପର୍ଯ୍ୟଟକ ଆସୁନଥିବାରୁ ଚିଲିକା କୂଳବର୍ତ୍ତୀ 5ରୁ 6ଟି ପଞ୍ଚାୟତର ଶହ ଶହ ଲୋକ ନିଜ ଜୀବିକା ହରାଇଛନ୍ତି । ପର୍ଯ୍ୟଟକଙ୍କୁ ଆଖିଆଗରେ ରଖି ଗଢିଉଠିଥିବା ଛୋଟ ଛୋଟ ଦୋକାନ ଭାଙ୍ଗି ଯାଇଥିବାରୁ ସେମାନେ ମଧ୍ୟ ବେରୋଜଗାର ହୋଇଯାଇଛନ୍ତି ।

ବାତ୍ୟା ପରେ ସତେ ଯେପରି ସାତପଡା ଶ୍ରୀହୀନ ହୋଇଯାଇଛି । ବାତ୍ୟାରେ କିଛି ଡଙ୍ଗା ଭାଙ୍ଗି ଯାଇଥିବାବେଳେ ଅଳ୍ପ କିଛି ଡଙ୍ଗାରେ ଆରମ୍ଭ ହୋଇଛି ମାଛ ମରା । ସେପଟେ ଫନିରେ ଛାରାଖାର ହୋଇଥିବା ଚିଲିକା ପରିବେଶ ଉଦ୍ୟାନ ଏବେ ପର୍ଯ୍ୟଟକଙ୍କୁ ଅପେକ୍ଷା କରିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details