ପୁରୀ: ଦୁର୍ଲଭ ପଦ୍ମ ବେଶରେ ଝଟକିବେ ମହାବାହୁ । ଅସନ୍ତା 29 ତାରିଖ ତଥା ବୁଧବାର ମହାପ୍ରଭୁ ନେବେ ପଦ୍ମ ବେଶ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ପୁରୀର ବଡ଼ ଛତା ମଠ ସମସ୍ତ ସାମଗ୍ରୀ ଯୋଗାଇଥାଏ । ଏହି ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗର, ଚିତ୍ରକର ମାନେ ବେଶ ନିଷ୍ଠାର ସହ ପ୍ରସ୍ତୁତ କରିଥାନ୍ତି । ପଣ୍ଡୁ ପୂର୍ଣ୍ଣିମା ଠାରୁ ପଦ୍ମ ବେଶ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥାଏ ।
ବେଶ ପାଇଁ ଆବଶ୍ୟକ ଚୂଳ, ଶ୍ରୀମୁଖ ପଦ୍ମ, କର ପଲ୍ଲବ, ପଦ୍ମ କଢି, ଗଛ , 80 ରୁ ଅଧିକ ସୋଲ ତିଆରି ପଦ୍ମ ଫୁଲ ପ୍ରସ୍ତୁତ ହୋଇଥାଏ। ଏହି ପଦ୍ମ ବେଶ ପଛରେ ରହିଛି ଏକ ସୁନ୍ଦର ଲୋକ କଥା । ଏକଦା ମନୋହର ଦାସ ନାମକ ଜଣେ ବାହ୍ୟ ରାଜ୍ୟର ସାଧୁ ପୁରୀରେ ଥିବା ବେଳେ ଏକ ପୋଖରୀରୁ କିଛି ପଦ୍ମ ଫୁଲ ମହାପ୍ରଭୁଙ୍କୁ ଲାଗି ଆଣିଥିଲେ । ମାତ୍ର ଶ୍ରୀକ୍ଷେତ୍ର ପହଞ୍ଚିବା ପରେ ପଦ୍ମ ଫୁଲଟି ସୁଖି ଯାଇଥିଲା । ଆଉ ଏହି ସୁଖିଲା ଫୁଲକୁ ଗ୍ରହଣ କରିନଥିଲେ ସେବକ । ଏନେଇ ସାଧୁଙ୍କୁ ଗଭୀର ଦୁଃଖ ଲାଗିଥିଲା ।