ପୁରୀ: ପବିତ୍ର ରଥଯାତ୍ରାକୁ ଆଉ ମାତ୍ର 6ଦିନ । ଶେଷ ପର୍ଯ୍ୟାୟ କାମ ପାଇଁ ଚଳଚଞ୍ଚଳ ରଥଖଳା । ତିନି ରଥର ଚାରି ନାହାକ ସହ ପ୍ରଥମ ଭୂଇଁ ଓ ଦ୍ବିତୀୟ ଭୂଇଁ ଉଠାଯାଇଛି । ଏବେ ବିଶ୍ବକର୍ମା ଆରମ୍ଭ କରିଛନ୍ତି ତୃତୀୟ ଭୂଇଁ କାର୍ଯ୍ୟ । ଏହାପରେ ସିଂହାସନ, ପାରାଭାଡି, ପ୍ରଭା ଓ ଚାରିଦ୍ବାର ଖଞ୍ଜା ଯିବ ।
ରଥଯାତ୍ରାକୁ ଆଉ 6 ଦିନ, ଚଳଚଞ୍ଚଳ ରଥଖଳା
ଜୋରସୋରରେ ଆଗେଇ ଚାଲିଛି ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ ନିର୍ମାଣ କାର୍ଯ୍ୟ । ଆରମ୍ଭ ହୋଇଛି ତୃତୀୟ ଭୂଇଁ କାର୍ଯ୍ୟ । ଚିତ୍ରକରମାନେ ଦେଉଛନ୍ତି ରଙ୍ଗତୂଳିର ଶେଷ ସ୍ପର୍ଶ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ସେପଟେ ରୂପକାର ସେବାୟତମାନେ ଦୁଆର ବେଢା, ନାଟଗୋଡ ଖୋଦାଇ କରୁଥିବାବେଳେ ଚିତ୍ରକର ସେବାୟତମାନେ ପାର୍ଶ୍ବ ଦେବାଦେବୀ, ହଂସପଟା ଆଦିକୁ ରଙ୍ଗତୂଳୀରେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ । ମହାରଣା ସେବାୟତଙ୍କଠାରୁ ଆରମ୍ଭ କରି ଭୋଇ ସେବାୟତ, ରୂପକାର ସେବାୟତ ପର୍ଯ୍ୟନ୍ତ ସମସ୍ତେ ମହାପ୍ରଭୁଙ୍କ ରଥନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ସାରିବାକୁ ବ୍ୟସ୍ତ ନଜର ଆସିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ