ଓଡିଶା

odisha

ETV Bharat / state

ଛୋୟ ବୟସରେ ବଡ କୃତିତ୍ବ, India Book Of Recordରେ ସ୍ଥାନ ପାଇଲେ ୬ ବର୍ଷୀୟ ଭବ୍ୟଶ୍ରୀ

ବୟସ ଛୋଟ, ହେଲେ ସଫଳତା ବଡ । ମାତ୍ର ୬ ବର୍ଷ ବୟସରୁ India Book Of Recordରେ ସ୍ଥାନ ପାଇଲେ ବ୍ରହ୍ମଗିରିର କୁନି ଝିଅ ଭବ୍ୟଶ୍ରୀ ନାୟକ । ଅଧିକ ପଢନ୍ତୁ

By

Published : Dec 22, 2021, 11:18 AM IST

Updated : Dec 22, 2021, 1:28 PM IST

ଛୋୟ ବୟସରେ ବଡ କୃତିତ୍ବ, India Book Of Recordରେ ସ୍ଥାନ ପାଇଲେ ୬ ବର୍ଷୀୟ ଭବ୍ୟଶ୍ରୀ
India Book Of Recordରେ ସ୍ଥାନ ପାଇଲେ ୬ ବର୍ଷର ଝିଅ

ବ୍ରହ୍ମଗିରି: ମାତ୍ର ୬ ବର୍ଷର କୁନି ଝିଅଟି । ଠିକ୍ ଭାବେ ପଢି ଲେଖି ପାରୁନଥିବା ବୟସରେ ଗାଉଛି ଅନର୍ଗଳ ସଂସ୍କୃତ ଶ୍ଲୋକ । ମୁହଁରେ ରହିଛି ମହାକାଶଠୁ ମହାଦେଶ । କେବଳ ଏତିକି ନୁହେଁ, ଏହା ସାଙ୍ଗକୁ ଇଂରାଜୀ ରାଇମ୍ସ, ଦେଶବିଦେଶ ସମ୍ପର୍କରେ ସାଧାରଣ ଜ୍ଞାନ ଏବଂ ଇଂରାଜୀରେ ବିଭିନ୍ନ ପଶୁପକ୍ଷୀଙ୍କ ନାମ ମଧ୍ୟ । ଯାହା ପଚାରିଲେ ଆସୁଛି ରୋକଠୋକ୍ ଜବାବ । କମ୍ ବୟସରୁ ଏଭଳି ବିଚକ୍ଷଣ ପ୍ରତିଭା ପାଇଁ ଏବେ ଇଣ୍ଡିଆ ବୁକ୍ ଅଫ ରେକର୍ଡ(India Book Of Record)ରେ ସ୍ଥାନ ପାଇଛନ୍ତି ପୁରୀ ବ୍ରହ୍ମଗିରି ଅଞ୍ଚଳର ଏହି କୁନି ଝିଅ ଭବ୍ୟଶ୍ରୀ ନାୟକ ।

ଛୋୟ ବୟସରେ ବଡ କୃତିତ୍ବ, India Book Of Recordରେ ସ୍ଥାନ ପାଇଲେ ୬ ବର୍ଷୀୟ ଭବ୍ୟଶ୍ରୀ

ବ୍ରହ୍ମଗିରିର ସନ୍ତୋଷ ନାୟକ ଏବଂ ଲିଜାରାଣୀ ନାୟକଙ୍କ ଝିଅ ହେଉଛନ୍ତି ଭବ୍ୟଶ୍ରୀ । ଏବେ ୟୁକେଜିରେ ପାଠ ପଢୁଛନ୍ତି । ପିଲାଟି ବେଳୁ ସେ ଯାହା ଥରେ ଶୁଣନ୍ତି ତାହାକୁ ଫଟାଫଟ୍ ମନେ ରଖିଦିଅନ୍ତି । ମାତ୍ର ତିନି ବର୍ଷ ବୟସରୁ ବିଭିନ୍ନ ଦେଶବିଦେଶ ଏବଂ ପଶୁପକ୍ଷୀଙ୍କ ନାମ ମନେ ରଖିପାରୁଥିଲେ ଭବ୍ୟଶ୍ରୀ । ଧୀରେ ଧୀରେ ଶ୍ଲୋକ ସାଙ୍ଗକୁ ନାନା ରାଇମ୍ସ ମଧ୍ୟ ମୁଖସ୍ଥ କରିବା ସହ ସେ ଉଚ୍ଚାରଣ କରୁଥିଲେ । ଝିଅର ଏଭଳି ପ୍ରତିଭା ଦେଖି ତାଙ୍କ ମାଆ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ପଞ୍ଜିକରଣ କରିଥିଲେ । ଶେଷରେ ଭବ୍ୟଶ୍ରୀ ମାତ୍ର ୬ ବର୍ଷ ଇଣ୍ଡିଆ ବୁକ୍ ଅଫ ରେକର୍ଡର ଅଧିକାରୀ ହୋଇପାରୁଛନ୍ତି ।

କୁନି ଝିଅଟିର ଏଭଳି ସଫଳତାରେ ସାରା ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଚାରିଆଡୁ ମଧ୍ୟ କୁନି ଝିଅଟିକୁ ପ୍ରଶଂସା ମିଳୁଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Dec 22, 2021, 1:28 PM IST

ABOUT THE AUTHOR

...view details