ଓଡିଶା

odisha

ETV Bharat / state

ଚତୁର୍ଥ ଦିନରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା, ଗୁପ୍ତ କୋଠରୀ ନେଇ ଚର୍ଚ୍ଚା - ମେଘନାଦ ପାଚେରୀର ଉଚ୍ଛେଦ ପ୍ରକ୍ରିୟା

ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀର ଉଚ୍ଛେଦ ପ୍ରକ୍ରିୟା ବେଳେ ଜନସାଧାରଣଙ୍କ ମଧ୍ୟରେ ଗୁଜବ ଖବର ପ୍ରସାରିତ ହୋଇଛି । କୁହାଯାଉଛି ମେଘନାଦ ପାଚେରୀକୁ ଉଚ୍ଛେଦ କରିବା ପରେ ଏକ ପରିତ୍ୟକ୍ତ କୋଠରୀ ମିଳିଛି । ଯାହାକି ଗୁପ୍ତ କୋଠରୀ ହୋଇଥିବା ଚର୍ଚ୍ଚା ଚାଲିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Aug 22, 2019, 2:10 PM IST

Updated : Aug 22, 2019, 2:42 PM IST

ପୁରୀ: ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଉଚ୍ଛେଦ ପ୍ରକ୍ରିୟାଟି ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗିଥିବା ଉଚ୍ଛେଦ ଭଗ୍ନାବଶେଷ ଗୁଡିକୁ ଗୁରୁବାର ସଫା କରାଯାଇଛି । ତେବେ ଏହି ପାଚେରୀକୁ ଲାଗିଥିବା ଏକ ପରିତ୍ୟକ୍ତ କୋଠରୀ ମିଳିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ମିଳିଥିବା ପରିତ୍ୟକ୍ତ କୋଠରୀର ଦ୍ବାର ନଥିବା ଦେଖିବାକୁ ମିଳିଛି । ଯାହାକି ଏକ ଗୁପ୍ତ କୋଠରୀ ବୋଲି କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି । ରାମଦୟା ପରିଷଦ ମଠ ପଛରେ ରହିଛି ଏହି ପରିତ୍ୟକ୍ତ କୋଠରୀ । କିଛି ଘରକରଣା ସାମଗ୍ରୀ ପଡିଥିବା ଦେଖାଦେଇଛି । ତେବେ ଏହା ଏକ ଗୁପ୍ତ କୋଠରୀ ଚର୍ଚ୍ଚାକୁ ସମ୍ପୁର୍ଣ୍ଣ ଭିତ୍ତୀହିନ ବୋଲି ରାମଦୟା ପରିଷଦ ମଠର ସଦସ୍ୟମାନେ କହିଛନ୍ତି ।

ଏହି କୋଠରୀରେ ପୂର୍ବରୁ ରୋଷେଇ ହେଉଥିଲା । ସାଧୁ ସନ୍ଥମାନେ ପ୍ରସାଦ ସେବନ କରୁଥିଲେ । ପରେ ମଠର ନୂତନ ଘର ନିର୍ମାଣ ପରେ ଏହା ପଛରେ ରହି ଯାଇଥିଲା । ପାଚେରୀ ଦିଆଯିବା ପରେ ଉକ୍ତ କୋଠରୀରେ କୌଣସି ଦ୍ବାର ନଥିଲା । ଏଣୁ ଗୁପ୍ତ କୋଠରୀ ପ୍ରଚାର ହେବା ଠିକ ନୁହେଁ ବୋଲି କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 22, 2019, 2:42 PM IST

ABOUT THE AUTHOR

...view details