ଓଡିଶା

odisha

ETV Bharat / state

ସମୁଦ୍ରରେ ବୁଡି ଯାଉଥିବାବେଳେ 3 ପର୍ଯ୍ୟଟକ ଉଦ୍ଧାର

ଆଜି ବେଳାଭୂମିର ବିଭିନ୍ନ ସ୍ଥାନରେ 3 ଜଣ ପର୍ଯ୍ୟଟକ ବୁଡି ଯାଉଥିବା ବେଳେ ଲାଇଫ ଗାର୍ଡ ସେମାନଙ୍କ ଜୀବନ ବଞ୍ଚାଇଛନ୍ତି ।

By

Published : Mar 4, 2021, 2:19 PM IST

ସମୁଦ୍ରରେ ବୁଡି ଯାଉଥିବା 3 ପର୍ଯ୍ୟଟକ ଉଦ୍ଧାର
ସମୁଦ୍ରରେ ବୁଡି ଯାଉଥିବା 3 ପର୍ଯ୍ୟଟକ ଉଦ୍ଧାର

ପୁରୀ: ସମୁଦ୍ରରେ ଗାଧୋଉଥିବା ବେଳେ ଆଜି ବେଳାଭୂମିର ବିଭିନ୍ନ ସ୍ଥାନରେ 3 ଜଣ ପର୍ଯ୍ୟଟକ ବୁଡି ଯାଉଥିବା ବେଳେ ଲାଇଫ ଗାର୍ଡ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ଛଡା ଯାଇଛି ।

ତେବେ ସୂଚନାନୁଯାୟୀ, ସ୍ବର୍ଗଦ୍ବାର ନିକଟରେ ପଶ୍ଚିମବଙ୍ଗ ହୁଗୁଳିର ମଧୁରୀ କୁରି ସମୁଦ୍ରରେ ଗାଧୋଇବାବେଳେ ଭାରସାମ୍ୟ ହରେଇ ସମୁଦ୍ର ଜଳ ଭିତରକୁ ପଳାଇ ଥିଲେ । ସଙ୍ଗେ ସଙ୍ଗେ ଉପସ୍ଥିତ ଥିବା ଲାଇଫ ଗାର୍ଡ ତାଙ୍କୁ ଉଦ୍ଧାର କରିଥିଲେ । ସେହିପରି ଆଉ ଏକ ଘଟଣାକ୍ରମରେ ସ୍ଵର୍ଗ ଦ୍ବାର ନିକଟବର୍ତ୍ତୀ ଅଞ୍ଚଳରେ ପଶ୍ଚିମବଙ୍ଗ ଉତ୍ତର 24 ପ୍ରଗଣାର ରେଣୁ ବିଶ୍ବାସ ଓ ଜଗତସିଂହପୁର ତିର୍ତ୍ତୋଲର ସୋମ୍ୟା ପରିଜା ସମୁଦ୍ର ସ୍ନାନ କରୁଥିବା ବେଳେ ସମୁଦ୍ର ଜଳ ଭିତରକୁ ପଳାଇ ଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ସଂଗେ ସଂଗେ ସମୁଦ୍ର ଜଳରେ ପଶି ଉଭୟଙ୍କୁ ଉଦ୍ଧାର କରିଥିଲେ ।

ତେବେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଛଡାଯାଇଥିଲା । ତେବେ ସମୁଦ୍ର ସ୍ନାନ ବେଳେ ସାବଧାନତା ଅବଲମ୍ବନ କରିବା ନେଇ ବାରମ୍ବାର ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ସଚେତନ କରାଯାଉଛି । ଏହା ସତ୍ତ୍ବେ କିଛି ପର୍ଯ୍ୟଟକ ନିୟମ ନମାନିବା କାରଣରୁ ଅନେକ ପର୍ଯ୍ୟଟକ ଙ୍କ ର ସମୁଦ୍ର ସ୍ନାନ ବେଳେ ସମୁଦ୍ରରେ ବୁଡି ଯାଇ ଅକାଳରେ ମୃତ୍ୟୁ ହେଉଛି । ତେଣୁ ସମୁଦ୍ରରେ ଗାଧୋଇବା ବେଳେ ସାବଧାନତା ଅବଲମ୍ବନ କରାଯିବାର ଆବଶ୍ୟକତା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details