ପୁରୀ : ପୁରୀ ରେଡ଼କ୍ରସ ରୋଡ଼ ସ୍ଥିତ ରାମଚଣ୍ଡୀ ମନ୍ଦିରରୁ ଠାକୁରାଣୀଙ୍କ ଅଳଙ୍କାର ଚୋରି ମାମଲା ପୁରୀ କୁମ୍ଭାର ପଡା ପୋଲିସ 3 ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସତ୍ୟବାଦୀର ଶ୍ରୀଧର ମିଶ୍ର, ଖୋରଦା ବାଲିଅନ୍ତାର ଅକ୍ଷୟ ଦାସ ଓ ପୁରୀ ସଦର ଅଞ୍ଚଳର କୃଷ୍ଣଚନ୍ଦ୍ର ବେହେରା । ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମନ୍ଦିରରୁ ଚୋରି ହୋଇ ଥିବା ଅଳଙ୍କାରକୁ ପୋଲିସ ଜବତ କରିଛି ।
ମନ୍ଦିର ଲୁଟ ମାମଲାରେ 3 ଗିରଫ
ପୁରୀ ରେଡ଼କ୍ରସ ରୋଡ଼ ସ୍ଥିତ ରାମଚଣ୍ଡୀ ମନ୍ଦିରରୁ ଠାକୁରାଣୀଙ୍କ ଅଳଙ୍କାର ଚୋରି ମାମଲା ପୁରୀ କୁମ୍ଭାରପଡା ପୋଲିସ 3 ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସତ୍ୟବାଦୀର ଶ୍ରୀଧର ମିଶ୍ର, ଖୋରଦା ବାଲିଅନ୍ତାର ଅକ୍ଷୟ ଦାସ ଓ ପୁରୀ ସଦର ଅଞ୍ଚଳର କୃଷ୍ଣଚନ୍ଦ୍ର ବେହେରା । ଅଧିକ ପଢନ୍ତୁ...
ମନ୍ଦିର ଲୁଟ ମାମଲାରେ 3 ଗିରଫ
ପୋଲିସର ସୂଚନା ଅନୁଯାୟୀ ଗତ 24 ତାରିଖ ରାତିରେ ରାମଚଣ୍ଡୀ ମନ୍ଦିରରୁ ବିଳମ୍ବିତ ରାତିରେ ଅଭିଯୁକ୍ତ ମାନେ ପଶି ହୁଣ୍ଡି ଭାଙ୍ଗି 15 ହଜାର ଟଙ୍କା ସମେତ ଠାକୁରାଣୀଙ୍କ ସୁନା ଗହଣା, ବସ୍ତ୍ର ଆଦି ଲୁଟି ନେଇ ଫେରାର ହୋଇ ଯାଇଥିଲେ । ତେବେ ପୋଲିସ ଏକ ଟିମ ଗଠନ କରି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ମାନେ ରବିବାର ସକାଳେ ପୁରୀକୁ ଆସିଥିବା ପୋଲିସ ସୂଚନା ପାଇଥିଲା । ପରେ ଭିଆଇପି ରୋଡ଼ର ଝଡେଶ୍ୱରୀ ଛକରେ ଏକ ବାଇକରେ ଅଭିଯୁକ୍ତ ମାନେ ଯାଉଥିବା ବେଳେ ପୋଲିସ ଟିମ ତାଙ୍କୁ ଧରିବାରେ ସଫଳ ହୋଇଥିଲେ ।
TAGGED:
ମନ୍ଦିର ଲୁଟ ମାମଲାରେ 3 ଗିରଫ