ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ପାଇଁ 154 କୋଟିର ବଜେଟ, ଆରମ୍ଭ ହେବ ଅନଲାଇନ୍‌ ଡୋନେସନ - ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ବୈଠକରେ ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ ବ୍ୟବସ୍ଥା ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ପାଇଁ 154 କୋଟି ବଜେଟ ଅନୁମୋଦନ
ଶ୍ରୀମନ୍ଦିର ପାଇଁ 154 କୋଟି ବଜେଟ ଅନୁମୋଦନ

By

Published : Nov 17, 2020, 4:03 PM IST

Updated : Nov 17, 2020, 4:52 PM IST

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ବୈଠକରେ ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ ବ୍ୟବସ୍ଥା ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

କୋରୋନା ପାଇଁ ଶ୍ରୀମନ୍ଦିର ଖର୍ଚ୍ଚ ବଢ଼ିଯାଇଛି । ସେଥିପାଇଁ ଆୟ ବଢ଼ାଇବା ଉପରେ ଗୁରୁତ୍ବ ଦିଆଯାଇଛି । ଖୁବଶୀଘ୍ର ଶ୍ରୀମନ୍ଦିର ପାଇଁ ଅନଲାଇନ୍‌ ଡୋନେସନ ଆରମ୍ଭ କରାଯିବ । ଏଥିରେ ସମସ୍ତେ ଭାଗ ନେବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଶ୍ରୀମନ୍ଦିର ପାଇଁ 154 କୋଟିର ବଜେଟ

ସେହିପରି ମନ୍ଦିର ଖୋଲିବା ନେଇ ସକାରାତ୍ମକ ଆଲୋଚନା ହୋଇଛି । ସରକାରଙ୍କ ନିଷ୍ପତ୍ତି ପରେ ମନ୍ଦିର ଖୋଲାଯିବ । ନାଗାର୍ଜୁନ ବେଶ ନେଇ ବୈଠକରେ ଆଲୋଚନା ହୋଇଛି । କିଭଳି ମହାପ୍ରଭୁଙ୍କ ବେଶ ସୁରୁଖୁରୁରେ ହେବ ସେ ସମସ୍ତ ବ୍ୟବସ୍ଥା ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 17, 2020, 4:52 PM IST

ABOUT THE AUTHOR

...view details