ଓଡିଶା

odisha

ETV Bharat / state

ମାଲେସିଆ ଜାହାଜରୁ 13 ହଜାର ଲିଟର ତେଲ ହେଲା ନିଷ୍କାସନ

ରାଜହଂସ ନିକଟରେ ଅଟକି ରହିଥିବା ମାଲେସିଆ ଜାହାଜରୁ ତେଲ ନିଷ୍କାସନ ପ୍ରକ୍ରିୟା ଜାରୀ ରହିଛି। ବର୍ତ୍ତମାନ ସୁଦ୍ଧା 13 ହଜାର ଲିଟର ତେଲ ନିଷ୍କାସନ କରାଯାଇଛି ।

By

Published : Sep 2, 2019, 2:24 AM IST

Updated : Sep 2, 2019, 7:54 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: କୃଷ୍ଣ ପ୍ରସାଦ ବ୍ଲକର ରାଜହଂସ ନିକଟରେ ଅଟକି ରହିଥିବା ଜାହାଜରୁ ତେଲ ନିଷ୍କାସନ ପ୍ରକ୍ରିୟା ଜାରୀ ରହିଛି। ତେଲ ନିଷ୍କାସନ ନିମନ୍ତେ କୋଲକାତାର ଲର୍ଡ୍ସ ବ୍ଲୁ ଟେକ୍ କମ୍ପାନୀର 30ଜଣ ଇଞ୍ଜିନିୟର ବୈଷୟିକ ସହାୟତା ପ୍ରଦାନ କରିବା ସହ ବର୍ତ୍ତମାନ ସୁଦ୍ଧା 13 ହଜାର ଲିଟର ତେଲ ନିଷ୍କାସନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ଜାହାଜରେ ପ୍ରାୟ 30 ହଜାର ଲିଟର ତେଲ ଥିବା ସୂଚନା ମିଳିଛି । ଆଗାମୀ ଦୁଇ ତିନି ଦିନ ଭିତରେ ତେଲ ନିଷ୍କାସନ କାର୍ଯ୍ୟ ଶେଷ ହେବ ବୋଲି ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ସୂଚନା ଦେଇଛନ୍ତି । ତେଲ ନିଷ୍କାସନ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ସରିଗଲା ପରେ ଜହାଜର ମରାମତି କାମ ଆରମ୍ଭ ହେବ । ପରେ ଜହାଜ କର୍ତ୍ତୃପକ୍ଷ ରାଜହଂସ ନିକଟରୁ ଜାହାଜଟିକୁ ନେଇ ମଙ୍ଗଳା ବନ୍ଦର ଅଭିମୁଖେ ଯାତ୍ରା କରିବାର ବ୍ୟବସ୍ଥା ହୋଇଛି ।

ସୂଚନାଥାଉକି, ଜିନ ହ୍ଵା ନାମକ ଉକ୍ତ ମାଲବାହୀ ଜାହାଜ ବାଂଲାଦେଶର ମଙ୍ଗଳା ବନ୍ଦର ଅଭିମୁଖେ ଯାତ୍ରା କରୁଥିଲା । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଜହଂସ ନିକଟରେ ଗତ 8 ତାରିଖରୁ ଅଟକି ରହିଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Sep 2, 2019, 7:54 AM IST

ABOUT THE AUTHOR

...view details