ଓଡିଶା

odisha

ETV Bharat / state

ପୁରୀରେ ଶତାୟୁ ମଣିଷ ସ୍ୱାମୀ ଶିବାନନ୍ଦ

ସୁନ୍ଦରା ଜାଗା ନିକଟରେ ଅନୁଷ୍ଠିତ ହୋଇଥିବା ଏକ ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଶତାୟୁ ମଣିଷ । ଅଧିକ ପଢନ୍ତୁ

By

Published : Dec 21, 2022, 10:44 PM IST

old man swami sivananda
old man swami sivananda

old man swami sivananda

ପୁରୀ:ପୁରୀ ସୁନ୍ଦରା ଜାଗା ନିକଟରେ ଅନୁଷ୍ଠିତ ହୋଇଥିବା ଏକ ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଶତାୟୁ ମଣିଷ। ଏଭଳି ଜଣେ ଶତାୟୁ ମଣିଷ ଯେ ହେଉଛନ୍ତି ୧୨୬ ବର୍ଷୀୟ ସ୍ବାମୀ ଶିବାନନ୍ଦ। ସେ ତାଙ୍କର ଜୀବନକୁ ମାନବ ସେବାରେ ଉତ୍ସର୍ଗ କରିଛନ୍ତି। ତାଙ୍କର ଜୀବନ ଶୈଳୀ ଶୃଙ୍ଖଳିତ ଏବଂ ସଙ୍ଗଠିତ। ପ୍ରତିଦିନ ପ୍ରତ୍ୟୁଷରୁ ଉଠି ଯୋଗ କରିବା, ତୈଳ ବିହୀନ ଖାଦ୍ୟ ଖାଇବା ଏବଂ ଲୋକମାନଙ୍କର ନିଃସ୍ବାର୍ଥ ସେବା କରିବା ଯୋଗୁଁ ତାଙ୍କୁ ଏକ ନିରୋଗ, ଚିନ୍ତାଶୂନ୍ୟ ଦୀର୍ଘ ଜୀବନ ପ୍ରଦାନ କରିଛି। ସ୍ବାମୀ ଶିବାନନ୍ଦ ପ୍ରବଚନ ଦିଅନ୍ତି ନାହିଁ। ତାଙ୍କର ଜୀବନ ଶୈଳୀ ହିଁ ତାଙ୍କର ଉଦାହରଣ। ତାଙ୍କର ଜୀବନ ପରିଚର୍ଯ୍ୟା ହଁ ତାଙ୍କର ଉପଦେଶ।

ତେବେ ଏନେଇ ଏକ ଶୁଭ ଆଗମନ ଉତ୍ସବରେ ସ୍ବାମୀ ଶିବାନନ୍ଦ କହିଛନ୍ତି ପ୍ରତ୍ୟକ ବ୍ୟକ୍ତି ବିଶେଷ ଅନ୍ୟର ସେବା କରିବା ସହ ଯୋଗାସନ କରି ନିଜକୁ ଫିଟ୍ ରଖିବା ମଧ୍ୟ ଦରକାର। ଅଗଷ୍ଟ ୮ ତାରିଖ ୧୮୯୬ମସିହାରେ ପଶ୍ଚିମବଙ୍ଗର ନଦିଆ ର ନବଦୀପରେ ତାଙ୍କର ଜନ୍ମ। ମାତ୍ର ୬ ବର୍ଷ ବୟସରେ ସେ ତାଙ୍କର ପିତାମାତାଙ୍କୁ ହରାଇଥିଲେ। ଶିଶୁ ଅବସ୍ଥାରେ ଦାରିଦ୍ର୍ୟ ପ୍ରପୀଡ଼ିତ ହୋଇ ଭିକ୍ଷା ଉପରେ ନିର୍ଭରଶୀଳ ତାଙ୍କର ମାତାପିତା ତାଙ୍କୁ କେବଳ ପେଜ ପିଆଇ ବଞ୍ଚାଇ ରଖୁଥିଲେ। ପିତାମାତାଙ୍କ ଶେଷ ସତ୍କାର ପରେ ତାଙ୍କୁ ପଶ୍ଚିମବଙ୍ଗର ନବ ଦୀପରେ ଥିବା ଗୁରୁଙ୍କର ଆଶ୍ରମକୁ ଅଣା ଯାଇଥିଲା। ଗୁରୁ ଓଁକାରନାଥ ଗୋସ୍ବାମୀ ତାଙ୍କର ଲାଳନ ପାଳନ କରିଥିଲେ ଏବଂ ଅଧ୍ୟାତ୍ମିକ ଶିକ୍ଷା ସହିତ ଯୋଗଶିକ୍ଷା ଦେଉଥିଲେ।

ସକାରତ୍ମକ ଚିନ୍ତାଧାରା ତାଙ୍କ ଜୀବନର ଏକ ବଡ଼ ବିଶେଷତ୍ବ। ପିତାମାତାଙ୍କୁ ଏକକାଳୀନ ହରାଇବାରୁ ଦୁଃଖରେ ତାଙ୍କ ମନରେ ଏକ ସକାରାମ୍ମକ ଚିନ୍ତା ଆସିଲା ଯେ ଏହି ପୃଥିବୀ ମୋର ଘର। ଘର ଲୋକମାନେ ମୋର ମାତା ଓ ପିତା, ସେମାନଙ୍କୁ ଭଲପାଇବା ଏବଂ ତାଙ୍କ ସେବା କରିବା ମୋର ଧର୍ମ ।

ଆଜି ପର୍ଯ୍ୟନ୍ତ ଏହି ଲକ୍ଷ୍ୟ ଓ ଆଦର୍ଶ ନେଇ ସେ ଚାଲିଛନ୍ତି। ଏ ଦୁନିଆର ଦୁଃଖୀ, ଅସହାୟ, ପିଡ଼ିତଙ୍କ ସେବା ତାଙ୍କୁ ଏ ଦେଶର କୋଣ ଅନୁକୋଣକୁ ନେଇଛି, ଯଥା ଭତ୍ତରପୂର୍ବ ଭାରତ ବାରଣାସୀ, ପୁରୀ, ହରିଦ୍ବାର, ନବଦ୍ଧୀପ ଇତ୍ୟାଦି। ବିଗତ 50 ବର୍ଷ ଧରି ସ୍ବାମୀ ଶିବାନନ୍ଦ ପ୍ରାୟ ଅନେକ କୁଷ୍ଟ ରୋଗୀଙ୍କୁ ସମ୍ମାନର ସହ ସେବା ପ୍ରଦାନ କରି ଆସୁଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details