ନୂଆପଡ଼ା: ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଗରମ ତେଲ କଡେଇରେ ଠେଲିଦେଲେ । ନୂଆପଡ଼ା ଜିଲ୍ଲା ବୋଡେନ ବ୍ଳକ ଖାଇରା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୁରୁତର ଅବସ୍ଥାରେ ଯୁବକ ଜଣକ ଡାକ୍ତରଖାନାରେ ଭର୍ତ୍ତି ହାଇଛନ୍ତି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଖଇରା ଗ୍ରାମର ରବିନ୍ଦ୍ର ମାଝୀ ନାମକ ଯୁବକ ଉକ୍ତ ଗ୍ରାମର ଚନ୍ଦ୍ରଧ୍ୱଜ ମାଝୀ ନାମକ ଯୁବକକୁ 6 ମାସ ପୂର୍ବରୁ 15 ଶହ ଟଙ୍କା ଧାର ଦେଇଥିଲେ । ଆଜି (ଶନିବାର) ସକାଳୁ ରବିନ୍ଦ୍ର ଖଇରା ଗ୍ରାମର ନିକଟସ୍ଥ ଏକ ହୋଟେଲକୁ ଜଳଖିଆ ପାଇଁ ଯାଇଥିଲେ । ପୂର୍ବରୁ ଚନ୍ଦ୍ରଧ୍ୱଜ ମାଝୀ ସେଠାରେ ଜଳଖିଆ ଖାଉଥିବା ଦେଖି ଧାର ନେଇଥିବା ଟଙ୍କା ମାଗିଲେ ରବିନ୍ଦ୍ର । ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।