ଓଡିଶା

odisha

ETV Bharat / state

ଦାଉ ସାଜିଲା ବର୍ଷା: ଖୋଲା ଆକାଶ ତଳେ ଭିଜିଲା ସୁନାର ଫସଲ, କାନ୍ଦୁଛି ଚାଷୀ

ଚାଷୀ ମୁଣ୍ତରେ ଚଡକ । ଖୋଲା ଆକାଶ ତଳେ ଭିଜିଲା ସୁନାର ଫସଲ । ଯାହା ଚାଷୀର ମେରୁଦଣ୍ତକୁ ଦୋହଲାଇ ଦେଇଛି । ମଣ୍ତିରେ ଧାନ ବିକ୍ରି ପାଇଁ ଗଦା ହୋଇଥିବାବେଳେ ଦାଉ ସାଧିଲା ବର୍ଷା । ଯାହାକୁ ନେଇ ଚିନ୍ତାରେ ପଡିଛି ନୂଆପଡାର ଚାଷୀ । ଅଧିକ ପଢନ୍ତୁ

By

Published : Jan 13, 2022, 8:52 PM IST

ଦାଉ ସାଜିଲା ବର୍ଷା : ଖୋଲା ଆକାଶ ତଳେ ଭିଜିଲା ସୁନାର ଫସଲ
ଦାଉ ସାଜିଲା ବର୍ଷା : ଖୋଲା ଆକାଶ ତଳେ ଭିଜିଲା ସୁନାର ଫସଲ

ନୂଆପଡା :ଅଦିନିଆ ବର୍ଷାରେ ଭିଜିଲା ଚାଷୀର ବର୍ଷକର ଫସଲ । ଲଘୁଚାପ ଜନିତ ଲଗାଣ ବର୍ଷାରେ ନଷ୍ଟ ହେଲା ମଣ୍ତିରେ ଗଦା ହୋଇଥିବା ଧାନ । ମଣ୍ଡି ଗୁଡିକରେ ହଜାର ହଜାର ଧାନବସ୍ତା ଭିଜି ଗଜା ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ । ଏପରି ସମସ୍ୟା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ମାଖାପଦର ଓ ବୋଡେନ ବ୍ଲକ କାମପୁର ଧାନ ମଣ୍ଡିରେ । ବର୍ଷାପାଣି ମାଡି ଯାଇ ଧାନବସ୍ତା ଭିଜି ଯାଉଛି । ବର୍ଷା ପାଣିରୁ ଧାନକୁ ସୁରକ୍ଷା ଦେବା ପାଇଁ ଅନ୍ନଦାତା ବିକଳରେ ପାଣିକୁ ନିଷ୍କାସନ କରୁଛି । ତେବେ ଚାଷୀଙ୍କ ଏଭଳି ସମସ୍ୟା ସମୟରେ ମିଲର୍ସ କି ପ୍ରଶାସନିକ ଅଧିକାରୀଙ୍କ ଦେଖା ନାହିଁ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି ।

ଦାଉ ସାଜିଲା ବର୍ଷା : ଖୋଲା ଆକାଶ ତଳେ ଭିଜିଲା ସୁନାର ଫସଲ

ଧାନ କ୍ରୟ ପାଇଁ ସିନାପାଲି ବ୍ଲକ ମାଖାପଦର ଧାନ ମଣ୍ଡିରେ ଶ୍ରୀଜଗନ୍ନାଥ ମହିଳା SHG ଗ୍ରୁପକୁ ଦାୟିତ୍ବ ଦିଆଯାଇଥିଲାବେଳେ ବୋଡେନ ବ୍ଲକ କାମପୁର ଧାନ ମଣ୍ଡିରେ ମାଁ ଦୁଆର୍ଶନୀ ମହିଳା SHG ଗ୍ରୁପକୁ ଧାନ କ୍ରୟ କରିବା ପାଇଁ ଜିଲ୍ଲା ପ୍ରଶାସନ ଦାୟିତ୍ବ ଦେଇଥିଲା । ଜିଲ୍ଲା ପ୍ରଶାସନ ମିଲର୍ସକୁ ଟାର୍ଗେଟ ଦେଇନ ଥିବା କାରଣରୁ ଏଭଳି ଅସୁବିଧା ଦେଖାଦେଇଥିବା ଉଭୟେ SHG ଗ୍ରୁପ ଅଭିଯୋଗ କରିଛନ୍ତି । ସେପଟେ ଧାନ ଭିଜି ଯାଇଥିବାରୁ କଟନୀ ଛଟନୀ ଭୟ ଚାଷୀଙ୍କୁ ଘାରିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଟାର୍ଗେଟ ଦେଇ ଧାନ ମଣ୍ଡି ଗୁଡ଼ିକରୁ ଧାନ ଉଠାଇବା ବ୍ୟବସ୍ଥା କରନ୍ତୁ । ନଚେତ ଆନ୍ଦୋଳନ କରିବେ ବୋଲି ଚାଷୀ ନେତାଏ ଚେତାବନୀ ଦେଇଛନ୍ତି ।


ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details