ଓଡିଶା

odisha

ETV Bharat / state

ନୂଆପଡାରେ କଲରା ପତରିଆ ବାଘ ଆତଙ୍କ, ଆତଙ୍କିତ ଗ୍ରାମବାସୀ - ନୂଆପଡା ଜିଲ୍ଲାରେ ବାଘ ଆତଙ୍କ

ବଣ ପାହାଡ ଘେରା ଜିଲ୍ଲା ନୂଆପଡାର ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମରେ ଆତଙ୍କ ଖେଳାଇଛି କଲରା ପତରିଆ ବାଘ । ମାରି ଖାଉଛି ଛେଳି ମେଣ୍ଡା । ଲୋକେ ଭୟଭୀତ ।

ଫଟୋ ସୌଜନ୍ୟ: ପ୍ରତିନିଧି ନୂଆପଡା

By

Published : Nov 2, 2019, 10:03 AM IST

ନୂଆପଡା: ପୁଣିଥରେ ନୂଆପଡା ଜିଲ୍ଲାରେ ବାଘ ଆତଙ୍କ । ଜିଲ୍ଲାର ଦେଓଦରା ଗାଁ ନିକଟସ୍ଥ ପାଟି ଜଙ୍ଗଲରେ କଲରା ପତରିଆ ବାଘ ଥିବା ସ୍ପଷ୍ଟ ହୋଇଛି । ପାଟି ଜଙ୍ଗଲରୁ କଲରା ପତରିଆ ବାଘ ଆସି ଗାଁରୁ ଛେଳି ମେଣ୍ଡା ମାରି ଖାଉଥିବା ଲୋକେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ ଗତ ରାତିରେ ଦେଓଦରା ଗାଁର ତ୍ରିନାଥ ଦୀପଙ୍କ ଗୁହାଳକୁ କଲରା ପତରିଆ ବାଘ ପଶି 2ଟି ଛେଳିକୁ ମାରିଦେଇଥିବାବେଳେ, ଆଉ ଗୋଟିଏ ଛେଳି କୁ ନେଇଯାଇଛି । ଏହାସହ ଗ୍ରାମର ଚାରିପଟେ ବାଘର ପାଦ ଚିହ୍ନ ମଧ୍ୟ ପଡିଛି । ବର୍ଷର ବିଭିନ୍ନ ସମୟରେ ଜିଲ୍ଲାରେ ବାଘ ଆତଙ୍କ ଲାଗି ରହୁଛି । ଫଳରେ ଲୋକେ ଏବେ ଆତଙ୍କିତ ହୋଇପଡିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ନୂଆପଡା


ଏହି ଘଟଣାର ଖବର ପାଇ ନୂଆପଡା ରେଞ୍ଜର ଅସିତ ଦାସ ଓ ତାଙ୍କ ଟିମ ଗାଁରେ ପହଞ୍ଚି ତଦନ୍ତ କରିବା ସହ ଲୋକଙ୍କୁ ଆତଙ୍କିତ ନହେବା ପାଇଁ ପରାର୍ମଶ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details