ଓଡିଶା

odisha

ETV Bharat / state

ବେସାହାରା ସଞ୍ଜୟଙ୍କ ପାଇଁ ସାହାରା ପାଲଟିଛି ନଡାଛପର ଘର

ଗରିବ ବାସହରା ହିତାଧିକାରୀଙ୍କୁ ରାଜ୍ୟ ସରକାର ବିଜୁପକ୍କା ଗୃହ ଏବଂ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସରଧାପୁରର ବନ୍ଧପଡା ଗାଁର ଗରିବ ସଞ୍ଜୟ ସୁନାନିଙ୍କ ପାଇଁ ଏସବୁ ଅପହଞ୍ଚ । ଆଉ ଘରଟିଏ ପାଇବା ତାଙ୍କ ପାଇଁ ସାତ ସପନ ପାଲଟିଛି ।

By

Published : Apr 22, 2019, 1:58 PM IST

ଫଟୋ ସୌଜନ୍ୟ: ପ୍ରତିନିଧି,ନୂଆପଡା

ନୂଆପଡା: ଗରିବ ବାସହରା ହିତାଧିକାରୀଙ୍କୁ ରାଜ୍ୟ ନବୀନ ସରକାର ବିଜୁପକ୍କା ଗୃହ ଏବଂ କେନ୍ଦ୍ର ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ଏତେସବୁ ଯୋଜନା ଥାଇ ମଧ୍ୟ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସରଧାପୁରର ବନ୍ଧପଡା ଗାଁର ଗରିବ ସଞ୍ଜୟ ସୁନାନିଙ୍କ ପରିବାର ପାଇଁ ଘର ଖଣ୍ଡେ ସାତସପନ ପାଲଟିଛି । ସରକାରୀ ରାଜତନ୍ତ୍ରରେ ମୁଣ୍ଡ ଉପରେ ଛାଇ ପାଇବାର ବିଧି ବ୍ୟବସ୍ଥା ଥିଲେ ମଧ୍ୟ, ଗରିବ ସଞ୍ଜୟ ସୁନାନିଙ୍କ ପରିବାର ପକ୍ଷେ ସମ୍ଭବ ହୋଇ ପାରିଲାନାହିଁ । ଯାହାଫଳରେ ବାଧ୍ୟ ତହୋଇ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି ସଞ୍ଜୟଙ୍କ ପରିବାର ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ନୂଆପଡା

ବିଜୁ ପକ୍କାଗୃହ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଁ ଅନେକ ଥର ପ୍ରାଶାସନକୁ ଜଣାଇଛନ୍ତି ସତ । ହେଲେ ଫଳ ଶୂନ । ପିଲା ଦୁହିଁଙ୍କୁ ନେଇ ରାସ୍ତାକଡରେ ନଡା ଛପର ଘରେ ରହୁଛନ୍ତି ସଞ୍ଜୟ ଓ ଧନମତି। ତାଙ୍କର ଏପରି ଅବସ୍ଥା ଦେଖି ମନେହୁଏ ସତେ ଯେମିତି ସରକାରୀ ବିଧିବ୍ୟବସ୍ଥା ଅଚଳ ହୋଇଯାଇଛି ।

ସିନାପାଲି ବ୍ଲକ ସିତଳିଖଳିଆ ଗାଁର ସ୍ଵର୍ଗୀୟ ଧର୍ମୁ ସୁନାନି, ସ୍ଵର୍ଗୀୟ ବିଜୁଳି ସୁନାନିଙ୍କ ଏକମାତ୍ର ପୁଅସଞ୍ଜୟ । ୪୦ ବର୍ଷପୂର୍ବେ ଦାଦନ ଶ୍ରମିକ ଭାବେ ସୁଦୂର ଭୋପାଳରେ କାମକରୁଥିଲେ ଏମାନେ। ହେଲେ ସଞ୍ଜୟଙ୍କ ଜନ୍ମ ପରେ ଏହିଦମ୍ପତି ରୋଗାଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ । ସଂପର୍କୀୟଙ୍କ ସହାୟତାରେ ଛୋଟରୁ ବଡ ହୋଇଥିଲେ ସଞ୍ଜୟ। ଆଉ 2013 ମସିହାରେ ବର୍ଷ ତଳେ ଧନମତିଙ୍କୁ ପ୍ରେମ ବିବାହ କରିଥିଲେ ।

5 ବର୍ଷ ଧରି ଶ୍ବଶୂର ଘରେ ରହିବା ପରେ ସେମାନେ ମଧ୍ୟ ପର କରିଦେଲେ । ଆଉ ପିଲାଛୁଆଙ୍କୁ ଧରି ବେସାହାରା ହୋଇଗଲେ ସେ । ଏସମ୍ପର୍କରେ ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ଵନୀ ମାଝୀ ନିଜେ ତଦନ୍ତ କରି ବିଜୁ ପକ୍କା ଘର ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ପ୍ରତିଶ୍ରୁତି କେବେପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details