ଓଡିଶା

odisha

ETV Bharat / state

କୋଭିଡ ଟିକା ନେବା ପରେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର

କୋଭିଡ ଟିକା ନେବା ପରେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ । ଏଭଳି ଅଭିଯୋଗ ଆଣିଛନ୍ତି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିବା ମାନିକରାମ କେଉଁଟିଙ୍କ ପରିବାର ଲୋକେ । ଅଧିକ ପଢନ୍ତୁ...

By

Published : Jan 27, 2021, 8:42 AM IST

କୋଭିଡ ଟିକା ନେବା ପରେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ
କୋଭିଡ ଟିକା ନେବା ପରେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ

ନୂଆପଡ଼ା: କୋଭିଡ ଟିକା ନେବା ପରେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ । ଏଭଳି ଅଭିଯୋଗ ଆଣିଛନ୍ତି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିବା ମାନିକରାମ କେଉଁଟିଙ୍କ ପରିବାର ଲୋକେ । ତେବେ ଉକ୍ତ ଯୁବକଙ୍କ ଗତକାଲି(ମଙ୍ଗଳବାର) ବୁର୍ଲା vssରେ ମୃତ୍ୟୁ ହୋଇଛି । ମାନିକ ରାମ କେଉଁଟଙ୍କ ମୃତଦେହ ନିଜଗାଁ ଦିଆନମୁଣ୍ଡାକୁ ଆସିବା ପରେ ପରିବାର ଲୋକ ଏବଂ ସହକର୍ମୀ ସିକ୍ୟୁରିଟି ଗାର୍ଡ ମିଶି ଶବରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କୁ 5ଲକ୍ଷ ଟଙ୍କା କ୍ଷତିପୂରଣ, ପରିବାରର ଜଣକୁ ସରକାରୀ ଚାକିରୀ ଏବଂ ସରକାର ମୃତକ ମାନିକ ରାମଙ୍କୁ କୋଭିଡ ଯୋଦ୍ଧା ଭାବରେ ଘୋଷଣା କରିବାକୁ ଦାବି କରିଛନ୍ତି ।

କୋଭିଡ ଟିକା ନେବା ପରେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ

ସୂଚନାମୁତାବକ, ଚଳିତ ମାସ 23 ତାରିଖରେ ମାନିକରାମଙ୍କୁ କୋଭିଡ ଟିକା ଦିଆଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ମାନିକରାମ ସୁସ୍ଥ ସବଳ ଯୁବକ ଅଟନ୍ତି । ହେଲେ ଟିକା ନେବାପରେ ପ୍ରଥମେ ବାନ୍ତି ପରେ ଦୁର୍ବଳ ହୋଇପଡିଥିଲେ । ଏହାପରେ ଗୁରୁତର ଅବସ୍ଥାରେ 25 ତାରିଖ ଦିନ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଏବଂ ପରେ vss ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସୁସ୍ଥ ମାନିକ ରାମ ଟିକା ନେବାପରେ ଅସୁସ୍ଥ ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରିବାର ଲୋକେ ।

ଏନେଇ ନୂଆପଡା ପ୍ରତିନିଧି ସିଡିଏମଓଙ୍କୁ ଫୋନ ଯୋଗେ ପଚାରିବାରୁ କୋଭିଡ ଭ୍ୟାକ୍ସିନ ପାଇଁ ମୃତ୍ୟୁ ହୋଇନାହିଁ । ତାଙ୍କର ବ୍ଲଡ କ୍ୟାନ୍ସର ଥିବା କହିଛନ୍ତି ସିଡିଏମଓ ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details