ଓଡିଶା

odisha

ETV Bharat / state

ନୂଆପଡା ସମ୍ବର ଶିକାର ଘଟଣା: ପୁଣି 11 ଅଟକ

ନୂଆପଡା ଜିଲ୍ଲାର ବୋଡ଼େନ ବ୍ଲକ ବନବିଭାଗ ସମ୍ବର ଶିକାର ଘଟଣାରେ 11 ଜଣଙ୍କୁ ଅଟକ ରଖାଯାଇଛି । ସେମାନଙ୍କୁ ଘଟଣା ସମ୍ପର୍କରେ ଅଧିକ ପଚରାଉଚୁରା କରୁଛି ଖଡ଼ିଆଳ ରେଞ୍ଜ ଅଧିକାରୀ ।

By

Published : Jul 11, 2019, 8:24 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ବନ୍ୟଜନ୍ତୁ ସମ୍ବର ଶିକାର ଘଟଣାର ଭିନ୍ନ ମୋଡ । ଗତକାଲି (ବୁଧବାର) ନୂଆପଡା ଜିଲ୍ଲାର ବୋଡ଼େନ ବ୍ଲକ ବନବିଭାଗ ସମ୍ବର ଶିକାର ଘଟଣାରେ 5 ଜଣଙ୍କୁ ଗିରଫ କରିଥିବାବେଳେ ଆଜି ଏହି ଘଟଣାରେ ସମ୍ପୃକ୍ତ ଆହୁରି 11 ଜଣଙ୍କୁ ଅଟକ ରଖାଯାଇଛି ।

ସୂଚନା ଅନୁସାରେ ଉକ୍ତ ଘଟଣାରେ ସଂପୃକ୍ତ ଥିବା ୧୧ ଜଣ ଶିକାରୀଙ୍କୁ ଖଡ଼ିଆଳ ରେଞ୍ଜ ଅଫିସରେ ଅଟକ ରଖି ଅଧିକ ତଦନ୍ତ ଚାଲିଛି । ଉକ୍ତ ଘଟଣାର ପ୍ରାଥମିକ ତଦନ୍ତରେ ୧୬ ଜଣ ଅଭିଯୁକ୍ତ ସାମିଲ ଥିବା ଜଣାପଡିଛି । ଅଭିଯୁକ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସୂଚନା ଦେଇଛନ୍ତି ଖଡ଼ିଆଳ ରେଞ୍ଜ ଅଧିକାରୀ ସଦାନନ୍ଦ ସୁନାନୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଏହି ଶିକାର ଘଟଣାରେ ବୋଡ଼େନ ବ୍ଲକର ଟେମେରି, ଡ଼ନେଇବସା, ଜାମଗାଁ ଏହି ତିନି ଗୋଟି ଗାଁର ଶିକାରୀ ସାମିଲ ଥିବା ଜଣାପଡିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details