ଓଡିଶା

odisha

By

Published : Jul 8, 2020, 7:30 PM IST

ETV Bharat / state

ଖଡ଼ିଆଳର ଭିନ୍ନ ଭିନ୍ନ ସ୍ଥାନରୁ ଚୋରି ଅଭିଯୋଗ

ଗୁରୁବାର ରାତିରେ ହୋଇଥିବା ଅଭିଯୋଗ ହେଇଛି । ସାହାରା ଇଣ୍ଡିଆର ଗେଟ ଭାଙ୍ଗି ଲକର ଲୁଟ ହୋଇଥିବା ବେଳେ ହୋଣ୍ଡୋ ଶୋରୁମରେ ମଧ୍ୟ ଚୋରି ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଖଡ଼ିଆଳର ଭିନ୍ନ ଭିନ୍ନ ସ୍ଥାନରୁ ଚୋରି ଅଭିଯୋଗ
ଖଡ଼ିଆଳର ଭିନ୍ନ ଭିନ୍ନ ସ୍ଥାନରୁ ଚୋରି ଅଭିଯୋଗ

ନୂଆପଡା: ଗୁରୁବାର ରାତିରେ ଖଡ଼ିଆଳରେ ଭିନ୍ନ ଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଅଭିଯୋଗ ହେଇଛି । ସାହାରା ଇଣ୍ଡିଆର ଗେଟ ଭାଙ୍ଗି ଲକର ଲୁଟ ହୋଇଥିବା ବେଳେ ହୋଣ୍ଡୋ ଶୋରୁମରେ ମଧ୍ୟ ଚୋରି ହୋଇଥିବା ଜଣାପଡିଛି ।

ଖଡ଼ିଆଳର ଭିନ୍ନ ଭିନ୍ନ ସ୍ଥାନରୁ ଚୋରି ଅଭିଯୋଗ

ସୂଚନା ଅନୁସାରେ, ଗତ ମଧ୍ୟ ରାତ୍ରିରେ ଖଡ଼ିଆଳ ସହରରେ ପୃଥକ ପୃଥକ ଭାବରେ ସାହାରା ଇଣ୍ଡିଆ ବ୍ୟାଙ୍କ ଏବଂ ହୋଣ୍ଡା ଶୋରୁମରେ ଚୋରି ହୋଇଛି । ସାହାରା ଇଣ୍ଡିଆ ବ୍ୟାଙ୍କର ତାଲାକୁ ଭାଙ୍ଗି ସଟର ଗେଟ ଖୋଲି ବ୍ୟାଙ୍କର ଲକରକୁ ଲୁଟିନେଇଛି ଚୋର । ସେହିଭଳି ହୋଣ୍ଡା ଶୋରୁମର ଭିଣ୍ଟିନେସନକୁ କାଟି ଭିତରେ ପଶି ଚୋରି କରାଯାଇଛି ।

ଖଡ଼ିଆଳ ପୋଲିସର ଘଟଣାର ତଦନ୍ତ ଜାରିରଖିଥିବା ବେଳେ, ଚୋରି ହୋଇଥିବା ଅର୍ଥର ପରିମାଣ ସ୍ପଷ୍ଟ ହୋଇପାରିନାହିଁ । ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଥିବା ବେଳେ ଏବେ ସହରବାସୀ ଅସୁରକ୍ଷିତ ମନେକରୁଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details