ନୂଆପଡା: ରାଜ୍ୟବାସୀଙ୍କୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ଯେଉଁ ଅଞ୍ଚଳରେ ଯୋଗାଯୋଗ ଯେତେ ବିକଶିତ ସେହି ଅଞ୍ଚଳ ସେତିକି ଉନ୍ନତ । କିନ୍ତୁ ନୂଆପଡା ଜିଲ୍ଲାର ଏମିତି ଏକ ଅଞ୍ଚଳ ଅଛି ଯେଉଁ ଅଞ୍ଚଳକୁ ଯୋଗାଯୋଗ କରିବାକୁ ପକ୍କା ରାସ୍ତାଟିଏ ନାହିଁ । ମାଟି ରାସ୍ତା ଯୋଗୁଁ ବର୍ଷା 4 ମାସ ନାନା ହଇରାଣ ହୁଅନ୍ତି ଲୋକେ ।
ଆମେ କହୁଛୁ ନୂଆପଡାର ବାଦିବାହାଲ ଜାନିପଡାର କଥା । ରାଜରାଜୁଡା କାଳରୁ ଥିବା ଏହି ପ୍ରତି ଯେମିତି ସରକାରଙ୍କ ଶୁଭ ଦୃଷ୍ଟି ପଡିନି । ଗାଁକୁ ପକ୍କା ରାସ୍ତାଟିଏ ନାହିଁ । ଯେଉଁ ମାଟି ରାସ୍ତା ଖଣ୍ଡକ ଅଛି, ବର୍ଷା ଦିନ ହେଲେ ତାହା ମରଣଯନ୍ତ୍ରା ପାଲଟି ଯାଏ । ଏମିତିକି ଏହି ରାସ୍ତାରେ ଯାତାୟତ କରିବା ଅର୍ଥାତ ବିପଦକୁ ଡାକି ଆଣିବା ।