ନୂଆପଡା: ଜିଲ୍ଲା ସ୍ଥିତ ଖଡିଆଳ ଠାରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖଡ଼ିଆଳ ପୋଲିସ ଏସଡିପିଓ ବିରଞ୍ଚି ପ୍ରସାଦ ଦେହୁରୀ, ଆଇଆଇସି କୈଳାସ ଚନ୍ଦ୍ର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆଜି(ରବିବାର) ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ନୂଆପଡାରେ ପୋଲିସର ଜନ ସଚେତନତା କାର୍ଯ୍ୟକ୍ରମ - ନୂଆପଡାରେ ଜନ ସଚେତନତା କାର୍ଯ୍ୟକ୍ରମ
ନୂଆପଡାରେ ପୋଲିସ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ହେଲମେଣ୍ଟ ପିନ୍ଧିବାକୁ ଲୋକଙ୍କୁ ସଚେତନ କରୁଛି ପୋଲିସ । ଅଧିକ ପଢନ୍ତୁ...
ତେବେ ପୋଲିସ ସଚେତନତା କାର୍ଯ୍ୟକ୍ରମରେ ମୋଟର ସାଇକେଲ ଚାଳକଙ୍କୁ ହେଲମେଣ୍ଟ ବ୍ୟବହାର କରିବାକୁ ପରାମର୍ଶ ଦେବା ସହ ହେଲମେଣ୍ଟ ପିନ୍ଧି ନିଜ ଜୀବନକୁ ସୁରକ୍ଷିତ ରଖିବା ଏବଂ ସରକାରଙ୍କ ଆଇନକୁ ପାଳନ କରିବାପାଇଁ ଆହ୍ବାନ କରିଛି । ଏନେଇ ଖଡ଼ିଆଳ ଥାନା ଛକ ଠାରେ ପଥଚାରୀମାନଙ୍କୁ ଅଟକାଇ ବୁଝାଇଛି ପୋଲିସ । ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପୋଲିସ ସହର ଯାକ ପ୍ରଚାର ପ୍ରସାର କରୁଥିବା ଦେଖିବାକୁ ମିଳିଛି । ତେବେ ନୂଆ ସଡକ ନିୟମ ଆସନ୍ତା ଡିସେମ୍ବର ମାସ ଆରମ୍ଭରୁ କଡାକଡି ପାଳନ କରାଯିବ । ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ଏକ ହଜାର ଟଙ୍କା ଫାଇନ ସହ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଲୋକଙ୍କୁ ସଚେତନତା କରିଛି ଖଡ଼ିଆଳ ପୋଲିସ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ