ଓଡିଶା

odisha

ETV Bharat / state

ଷ୍ଟ୍ରେଚରରେ ନଦୀ ପାର ହେଲେ ଗର୍ଭବତୀ - ଗର୍ଭବତୀ

ପୁଣି ଦେଖିବାକୁ ମିଳିଲା ଜନନୀ ଯନ୍ତ୍ରଣା । ପ୍ରଖର ସ୍ରୋତରେ ନଦୀ ପାର ହେଲେ ଗର୍ଭବତୀ । ସ୍ଥାନୀୟ ଯୁବକ ସାଜିଲେ ଦେବଦୂତ ।

ଫଟୋ ସୌଜନ୍ୟ:ପ୍ରତିନିଧି, ନୂଆପଡ଼ା

By

Published : Jul 27, 2019, 12:43 AM IST

ନୂଆପଡା: ପୁଣି କାନ୍ଧ ସାହାଯ୍ୟରେ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ମାଓ ଅଧ୍ୟୁଷିତ ବିଛିନ୍ନାଞ୍ଚଳ ଚିତାରମା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆଲୁଅ ଲିଭି ଆସୁଥିଲା ଆଉ ମାଡି ଆସୁଥିଲା ଅନ୍ଧକାର । ସେପଟେ ଝିପିଝିପି ବର୍ଷା । ଘଞ୍ଚ ଜଙ୍ଗଲ ଭିତରେ ଥିବା ଚିତାରମା ଗାଁରେ ସନ୍ଧ୍ୟା 6 ଟାରେ ଦେଖିବାକୁ ମିଳିଥିଲା ଏପରି କିଛି ଦୃଶ୍ୟ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ନୂଆପଡ଼ା
ସୂଚନା ଅନୁସାରେ ଉକ୍ତ ଗାଁର ଦିଲେଶ୍ବର ଚିନ୍ଦାଙ୍କ ସ୍ତ୍ରୀ ନିରୁ ଚିନ୍ଦାଙ୍କୁ ପ୍ରସବ ବେଦନା ହୋଇଥିଲା । ଚିତାରମା ଗାଁ ଉଡନ୍ତି ନଦୀ ଆରପାରି ସିନ୍ଦୁରସିଲ ଗାଁରେ ସରକାରଙ୍କ ଦମନ ସ୍ବାସ୍ଥ୍ୟ ଶିବିର ଚାଲିଥିଲା । ଗର୍ଭବତୀଙ୍କୁ ଦମନ ଶିବିରକୁ ନେଇ ପ୍ରାଥମିକ ଚିକିତ୍ସା ପରେ ସିନାପାଲି ମାଆ ଗୃହକୁ ନେବାର କାର୍ଯ୍ୟକ୍ରମ ଥିଲା । ହେଲେ ବାଟରେ ଦାଉ ସାଜିଲା ଉଦନ୍ତି ନଦୀ ।

ଦୀର୍ଘ ସମୟ ଗର୍ଭ ଯନ୍ତ୍ରଣା ପାଇବାପରେ ଗାଁର ସାହସିକ ଯୁବକ ଓ ସମ୍ପର୍କୀୟ ମାନେ ଏକତ୍ରିତ ହୋଇ ଉଦନ୍ତୀ ନଦୀର 6 ଫୁଟ ପାଣିରେ ବିପଦସଙ୍କୁଳ ଅବସ୍ଥାରେ ଷ୍ଟ୍ରେଚରରେ ବୋହି ନଦୀ ପାର କରି ଦମନ ସ୍ବାସ୍ଥ୍ୟ ଶିବିର ସିନ୍ଦୁରସିଲରେ ପହଞ୍ଚିଥିଲେ । ପରେ ସିନାପାଲି ମାଆ ଗୃହକୁ ନେଇ ଆସିଥିଲେ । ସରକାର ବିଛିନ୍ନାଞ୍ଚଳ ଇଲାକାକୁ ମୁଖ୍ୟସ୍ରୋତରେ ସାମିଲ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ନୂଆପଡା ଜିଲ୍ଳାରେ ତାର ନଗ୍ନ ଚିତ୍ର ଦେଖାଦେଇଛି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ABOUT THE AUTHOR

...view details