ନୂଆପଡ଼ା:ଦେଶବ୍ୟାପୀ ଦୃତ ଗତିରେ ବଢିଚାଲିଛି ଜନସଂଖ୍ୟା। ସରକାରଙ୍କ ଦ୍ଵାରା ଆମେ ଦୁଇ, ଆମର ଦୁଇ ସ୍ଲୋଗାନ ଥିଲେ ଶୁଦ୍ଧା ଏହାକୁ କେହି ଗୁରୁତ୍ବ ଦେଉନାହାନ୍ତି । ଯାହାଫଳରେ ଦେଶରେ ଜନସଂଖ୍ୟା ଏବେ ଅଣାୟତ୍ତ ସ୍ଥିତିରେ । ତେବେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦୃଢ ଆଇନ ପ୍ରଣୟନ କରିବାକୁ ଆଜି(ଶନିବାର) ସରକାରଙ୍କୁ ଦାବିପତ୍ର ଦେଇଛି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ନୂଆପଡା ଜିଲ୍ଲା ।
ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପାଇଁ ଦାବିପତ୍ର ପ୍ରଦାନ - Population Control law
ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦୃଢ ଆଇନ ପ୍ରଣୟନ କରିବାକୁ ସରକାରଙ୍କୁ ଦାବିପତ୍ର ଦେଇଛି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ନୂଆପଡା ଜିଲ୍ଲା । ଅଧିକ ପଢନ୍ତୁ...
ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଦାବି
ଦେଶରେ ଅଢେଇ ପ୍ରତିଶତ ଜମି, 4 ପ୍ରତିଶତ ପାଣି ଥିବାବେଳେ, 18 ପ୍ରତିଶତ ଜନସଂଖ୍ୟା ରହିଛି । ଯାହାକୁ ଭାରତ ସରକାର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ବିଶେଷ କରି ଦେଶରେ ଦୃତ ଜନସଂଖ୍ୟା ବୃଦ୍ଧି ଦେଶର ବିକାଶ ଧାରାକୁ ପ୍ରଭାବିତ କରିଥାଏ । ତେବେ ଜନସଂଖ୍ୟାକୁ ରୋକିବାକୁ ଦେଶରେ ଦୃଢ ଆଇନ ଦାବି କରିଛି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ନୂଆପଡା ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ