ଓଡିଶା

odisha

ETV Bharat / state

ନାହିଁ ନାହିଁରେ ଚାଲିଛି ବୋଡେନ ସ୍ବାସ୍ଥ୍ୟକେନ୍ଦ୍ର

ଲୋକେ ଡାକ୍ତରଖାନାକୁ ଆସି ଡାକ୍ତରଙ୍କ ଦେଖା ନପାଇ ହତାଶାରେ ଫେରୁଛନ୍ତି ଘରକୁ । ମାଓ ପ୍ରବଣ ନୂଆପଡା ଜିଲ୍ଲା ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ଦେଖାଯାଇଛି ଡାକ୍ତର ସମସ୍ୟା ।

By

Published : Apr 24, 2019, 2:13 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ମାଓ ପ୍ରବଣ ଅଞ୍ଚଳରେ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗେଇ ଦେବା ନେଇ ସରକାର କରିଛନ୍ତି ଅନେକ ବ୍ୟବସ୍ଥା । ଏଥିପାଇଁ ରାଜକୋଷରୁ ମଧ୍ୟ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ମାତ୍ର ଏତେସବୁ ପରେ ବି ସୁଧୁରୁନି ସ୍ଥିତି । ଲୋକେ ଡାକ୍ତରଖାନାକୁ ଆସି ଡାକ୍ତରଙ୍କ ଦେଖା ନପାଇ ହତାଶରେ ଫେରୁଛନ୍ତି ଘରକୁ । ମାଓ ପ୍ରବଣ ନୂଆପଡା ଜିଲ୍ଲା ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ଦେଖାଯାଇଛି ଡାକ୍ତର ସମସ୍ୟା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଲାଲଗଡ କୁହାଯାଉଥିବା ୧୫ ଗୋଟି ଗ୍ରାମପଞ୍ଚାୟତର ଶତାଧିକ ନିପଟ ଆଦିବାସୀ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ 4ଜଣ ଡାକ୍ତର ରହିବା ସ୍ଥାନରେ କାମଚଳା ପାଇଁ ମାତ୍ର ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ରହିଛନ୍ତି । ଅନ୍ୟପଟେ ମୁଖ୍ୟଚିକିତ୍ସା ଅଧିକାରୀଙ୍କ ଅନୁପସ୍ଥିତି ସ୍ଵାସ୍ଥ୍ୟକେନ୍ଦ୍ରକୁ ବେପରୁଆ କରିଦେଇଛି । କେବଳ ଡାକ୍ତର ସମସ୍ୟା ନୁହେଁ, ସ୍ବାସ୍ଥ୍ୟକେନ୍ଦ୍ରର ସ୍ବଚ୍ଛତା ନେଇ ମଧ୍ୟ ଉଠିଛି ପ୍ରଶ୍ନ ।

ନଳକୂପ ଭାଙ୍ଗି ଅଚଳ ହୋଇଥିବାବେଳେ ବିଶୁଦ୍ଧ ପାନୀୟଜଳ ମିଳୁନାହିଁ ରୋଗୀଙ୍କୁ । ଏହାକୁ ନେଇ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ଜନପ୍ରତିନିଧି ।

ABOUT THE AUTHOR

...view details