ଓଡିଶା

odisha

ETV Bharat / state

ଭାଲୁ ଆକ୍ରମଣରେ ଜଣେ ମୃତ

ନୂଆପଡା ସିନାପାଲି ବ୍ଲକ ଝାରବନ୍ଧ ଗାଁରେ ଭାଲୁ ଆକ୍ରମଣରେ ଜଣେ ମୃତ ।

By

Published : Jul 4, 2019, 3:16 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ନୂଆପଡା ସିନାପାଲି ବ୍ଲକ ଝାରବନ୍ଧ ଗାଁରେ ଭାଲୁ ଆକ୍ରମଣରେ ଜଣେ ମୃତ । ମୃତ ବ୍ୟକ୍ତିଙ୍କ ନାଁ ଲମ୍ବୋଦର ବାଗ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ସୂଚନାନୁଯାୟୀ, ନିକଟସ୍ଥ ଜଙ୍ଗଲ ସ୍ଥିତ ଚାଷ ଜମିକୁ ଲମ୍ବୋଦର ଯାଇଥିଲେ । ହେଲେ କୌଣସି ମତେ ସେଠାରେ ଏକ ଭାଲୁର କବଳରେ ପଡି ଯାଇଥିଲେ । ଭାଲୁ ଆକ୍ରମଣ କରିବାରୁ ଲମ୍ବୋଦର ପ୍ରାଣ ବିକଳରେ ଚିତ୍କାର କରିଥିଲେ । ହେଲେ ଗାଁଠାରୁ ଦୂର ହୋଇଥିବାରୁ କେହି ମଧ୍ୟ ଜାଣିପାରିଲେ ନାହିଁ ।

ଯାହା ଫଳରେ ଭାଲୁ ଆକ୍ରମଣରେ ଘଟଣା ସ୍ଥଳରେ ଲମ୍ବୋଦରଙ୍କ ମୃତ୍ୟୁ ହୋଇଛି । ଖବର ପାଇ ସିନାପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ନୂଆପଡାରୁ ମୋତିଲାଲ ବାଗ୍‌, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details