ଓଡିଶା

odisha

ETV Bharat / state

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୂଆପଡା ସିନାପାଲି ବ୍ଲକ ବରାପଦର ଗାଁରେ ଦେଖାଦେଇଛି ଭାଲୁ ଆତଙ୍କ। ଆକ୍ରମଣରେ ଗୁରୁତର ବରପଦର ଗାଁର ରୂପଧର ମାଝୀ।

By

Published : Mar 26, 2019, 3:20 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ଭାଲୁ ଆକ୍ରମଣରେ ଜଣେ ଗୁରୁତର। ନୂଆପଡା ସିନାପାଲି ବ୍ଲକ ବରାପଦର ଗାଁରେ ଦେଖାଦେଇଛି ଭାଲୁ ଆତଙ୍କ। ଗୁରୁତର ଜଣକ ହେଲେ ବରପଦର ଗାଁର ରୂପଧର ମାଝୀ। ସେ ସକାଳୁ ଗାଧୋଇବାକୁ ନିକଟସ୍ଥ ପୋଖରୀକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ପୋଖରୀକୁ ଯାଇଥିବା ବେଳେ ଏକ ବଣୁଆ ଭାଲୁ ରୂପଧରଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଆକ୍ରମଣରେ ରୂପଧରଙ୍କ ଗୋଡ ଏବଂ ହାତରେ ଆଘାତ ଲାଗିଛି। ଗୁରୁତର ରୂପଧରଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ଖଡ଼ିଆଳ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ରୂପଧର ମାଝୀଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହୋଇନଥିବାରୁ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ସମ୍ପର୍କୀୟ ଦାବି କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details