ଓଡିଶା

odisha

ETV Bharat / state

କୋଭିଡ କଟକଣା ମଧ୍ୟରେ ନୌବାଣିଜ୍ୟ ପରମ୍ପରା ପାଳିଲେ ନେହେନା ଗ୍ରାମବାସୀ - nuapada nehena villagers celebrated kartika purnima

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ନୂଆପଡା ନେହେନା ଗ୍ରାମରେ ଯଥା ରୀତିନୀତିରେ ପାଳିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ । ତେବେ କୋଭିଡ କଟକଣା ପାଇଁ ନଦୀ ପୁଷ୍କରିଣୀ ଖାଁ ଖାଁ ଲାଗୁଥିବାବେଳେ, ପରମ୍ପରା ରକ୍ଷାକରି କମ ସଂଖ୍ୟକ ମହିଳା ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଛନ୍ତି । ଅଧିକ ପଢନ୍ତୁ...

nuapada nehena villagers celebrated kartika purnima utsav with covid restriction
ଯଥା ରୀତିନୀତିରେ ବୋଇତ ବନ୍ଧାଣ ଉତ୍ସବ ପାଳିଲେ ନେହେନା ଗ୍ରାମବାସୀ

By

Published : Nov 30, 2020, 4:59 PM IST

ନୂଆପଡା: କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ନୂଆପଡା ନେହେନା ଗ୍ରାମରେ ବୋଇତ ବନ୍ଦାଣ ଉତ୍ସବ ଯଥା ରୀତିନୀତିରେ ପାଳିତ ହୋଇଯାଇଛି । ଅତୀତର ସାଧବ ପୁଅ ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ହବିଷ୍ୟାଲି ମାଆ ମାନେ କୋଭିଡ କଟକଣା ମଧ୍ୟରେ ନଦୀ ପୁଷ୍କରିଣୀ ଗୁଡିକରେ ସୁସଜ୍ଜିତ ନୌକା ଭସାଇଛନ୍ତି । ତେବେ ଏହି କଟକଣା ପାଇଁ ନଦୀ ପୁଷ୍କରିଣୀ ଖାଁ ଖାଁ ଲାଗୁଥିବାବେଳେ, ବିଧି ପରମ୍ପରା ରକ୍ଷାକରି ସ୍ଥାନେସ୍ଥାନେ କମ ସଂଖ୍ୟକ ମହିଳା ଏକତ୍ରିତ ହୋଇ କାର୍ତ୍ତିକ ମାହାତ୍ମ୍ୟ ପୁରାଣ ପାଠ କରି ପୂଜାର୍ଚ୍ଚନା କରିଛନ୍ତି ।

ଯଥା ରୀତିନୀତିରେ ବୋଇତ ବନ୍ଧାଣ ଉତ୍ସବ ପାଳିଲେ ନେହେନା ଗ୍ରାମବାସୀ

କାର୍ତ୍ତିକ ଧର୍ମ ମାସରେ ଉପବାସ ରହି ପୂଜାର୍ଚ୍ଚନା କରି ଅସହାୟ ଦୁଃଖୀ ହୀନଙ୍କୁ ଦାନ ଦକ୍ଷିଣା ପ୍ରଦାନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ହାବିଷ୍ୟାଲି ମାଆମାନଙ୍କ ଅଗାଢ ବିଶ୍ୱାସ ରହିଛି । ଏନେଇ ନେହେନା ଗ୍ରାମ ମିଳପଡ଼ା ସାହିର ସ୍ବେଛାସେବୀ କମଲେଶ କୁମାର, ପାର୍ଥ, ଖୁସବୁ ପ୍ରମୁଖ ହବିଷ୍ୟାଲି ମାଆ ମାନଙ୍କୁ ସହଯୋଗ କରିଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details