ଓଡିଶା

odisha

ETV Bharat / state

ସରୁନି ଦାଦନ ଦୁଃଖ, ହାଇଦ୍ରାବାଦରୁ ନୂଆପଡା ଫେରିଲା ନାବାଳିକାର ମୃତଦେହ

ଅର୍ଥ ଉପାର୍ଜନ କରି ପିଲାଙ୍କୁ ମଣିଷ କରିବା ପାଇଁ ବାହାର ରାଜ୍ୟକୁ ପୁତୁନାଙ୍କ ସହ ଗୋଟିଏ ପୁଅ ଓ 4 ଜଣ ଝିଅ ଦାଦନ ଖଟିବାକୁ ଯାଇଥିଲେ । ହେଲେ ସେଠାରେ କାମ କରିବା ସମୟରେ ଗୋଟିଏ ଝିଅ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିବାକୁ ମାଲିକଙ୍କୁ ସେ କାକୁତିମିନତି କରିଥିଲେ।

ଫଟୋ ସୌଜନ୍ୟ:ପ୍ରତିନିଧି, ନୂଆପଡା

By

Published : Jul 3, 2019, 7:44 PM IST

ନୂଆପଡା: କାନ୍ଦ ବୋବାଳିରେ ଫାଟି ପଡୁଛି ନୂଆପଡାର ଗୋଡତଳା ଗାଁ । ଦୁଇ ପଇସା ପାଇବା ଆଶାରେ ଦାଦନ ଶ୍ରମିକ ସାଜିଥିବା 13 ବର୍ଷୀୟ ଝିଅ ଆଉ ଏ ଦୁନିଆରେ ନାହିଁ । ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ଗୋଡତଳା ଗାଁ ପାତଲପଡାର ଅସହାୟ ଆଦିବାସୀ ମହିଳା ପୁତୁନା ମାଝୀ । ଦଲାଲ କଥାରେ ପଡି ହାଇଦ୍ରାବାଦର ଏକ ଇଟା ଭାଟିରେ କାମ କରିବାକୁ ଆସିଥିଲେ । ଚୁକ୍ତି ଥିଲା 6 ମାସ ହେଲେ ରହିଲେ 2ବର୍ଷ । ସେ ଟଙ୍କା ଲୋଭରେ ହେଉ ଅବା ମାଲିକ ଚାପରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

କିଛି ଅର୍ଥ ଉପାର୍ଜନ କରି ପିଲାଙ୍କୁ ମଣିଷ କରିବା ପାଇଁ ବାହାର ରାଜ୍ୟକୁ ପୁତୁନାଙ୍କ ସହ ଗୋଟିଏ ପୁଅ ଓ 4 ଜଣ ଝିଅ ଦାଦନ ଖଟିବାକୁ ଯାଇଥିଲେ । ହେଲେ ସେଠାରେ କାମ କରିବା ସମୟରେ ଗୋଟିଏ ଝିଅ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପାଇଁ ମାଲିକଙ୍କୁ ସେ କାକୁତିମିନତି କରିଥିଲେ।

କିନ୍ତୁ ମାଲିକ ସହାୟତା କରିବା ପ୍ରତି ବଦଳରେ ଏକ ଭଡାଗାଡି କରି ତାଙ୍କୁ ନିଜ ଗାଁକୁ ପଠାଇ ଦେଇଥିଲେ । ବଡ ଦୁଃଖର ବିଷୟ ବାଟରେ ଯିବା ସମୟରେ ଆଖି ବୁଜିଥିଲା ଅସୁସ୍ଥ ଥିବା ନାବାଳିକା । କେଉଁ କାରଣରୁ ଝିଅଟିର ମୃତ୍ୟୁ ଘଟିଲା କାରଣ ଅସ୍ପଷ୍ଟ ଥିବାବେଳେ, ଏହି ଘଟଣାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details