ଓଡିଶା

odisha

ETV Bharat / state

ଟ୍ରକ ଧକ୍କାରେ କଲେଜ ଛାତ୍ର ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଟ୍ରକ ଧକ୍କାରେ ଯୁକ୍ତ ଛାତ୍ରଙ୍କ ମୃତ୍ୟୁ । ଏହି ଘଟଣାକୁ ନେଇ କ୍ଷତିପୂରଣ ଦାବିରେ କଲେଜ ଛାତ୍ରଛାତ୍ରୀ ମାନେ ଦୀର୍ଘ 4 ଘଣ୍ଟାଧରି ଖଡ଼ିଆଳ କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଅଧିକ ଖବର ପଢନ୍ତୁ...

By

Published : Feb 8, 2020, 11:30 PM IST

accident
ଟ୍ରକ ଧକ୍କାରେ କଲେଜ ଛାତ୍ର ମୃତ, 4 ଘଣ୍ଟା ଧରି ରାସ୍ତା ଅବରୋଧ

ନୂଆପଡା: ଜିଲ୍ଲା ମୋହରା ଛକ ଠାରେ ସଡକ ଦୁର୍ଘଟଣା । ଏଥିରେ ଜଣେ କଲେଜ ଛାତ୍ର ମୃତ। ମୃତ ଛାତ୍ର ଜଣକ ପିପି କଲେଜ ଭାଲୁମୁଣ୍ଡାର ବୋଲି ଜଣାପଡିଛି।

ଟ୍ରକ ଧକ୍କାରେ କଲେଜ ଛାତ୍ର ମୃତ, 4 ଘଣ୍ଟା ଧରି ରାସ୍ତା ଅବରୋଧ

ସୂଚନା ଅନୁସାରେ, ବଳରାମ ମାଝୀ ନାମକ ଯୁକ୍ତ ଦୁଇ କଳା ଛାତ୍ର ସାଇକେଲ ଯୋଗେ କଲେଜ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଏକ ମାଲ ବୋଝେଇ ଟ୍ରକ ଦ୍ରୃତ ଗତିରେ ଆସି ଧକ୍କା ଦେଇଥିଲା । ଯାହାଫଳରେ ଛାତ୍ର ଜଣକ ଘଟଣାସ୍ଥଳରେ ପ୍ରାଣ ହରାଇଛି।

ଏହି ଘଟଣାକୁ ନେଇ କ୍ଷତିପୂରଣ ଦାବିରେ କଲେଜ ଛାତ୍ରଛାତ୍ରୀମାନେ ଦୀର୍ଘ 4 ଘଣ୍ଟାଧରି ଖଡ଼ିଆଳ କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ଖଡ଼ିଆଳ, ବଙ୍ଗୋମୁଣ୍ଡା ପୋଲିସ ପହଁଞ୍ଚି ଆନ୍ଦୋଳନକାରୀ ଛାତ୍ରମାନଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜିତ ଛାତ୍ରମାନେ ରାସ୍ତା ଅବରୋଧରୁ ଓହରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ABOUT THE AUTHOR

...view details