ନୂଆପଡା: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇକୁ ନେଇ ଚଳଚଞ୍ଚଳ ହୋଇଉଛି ପଶ୍ଚିମ ଓଡିଶା । ଗାଁଠାରୁ ସହର ସବୁଠାରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ନୂଆଁଖାଇ ଯେତିକି ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି । ଏନେଇ ହାଟ ବଜାରରେ ମଧ୍ୟ ପିଲା ଠାରୁ ବୁଢା ସମସ୍ତେ କିଣାବିକାରେ ମଜ୍ଜି ଯାଇଛନ୍ତି ।
ଡାଲା, ଟୁପା, କୁଲା ଆଦି ଘରକରଣା ସାମଗ୍ରୀ ସହ ନୂଆଧାନ, ଚୂଡା, ନୂତନ ବସ୍ତ୍ର, ଘିଅ, ଗୁଡ, ପନିପରିବା ଆଦି କିଣିବାରେ ଲୋକେ ବ୍ୟସ୍ତ । ତେବେ ଚଳିତ ବର୍ଷ ଇନ୍ଦ୍ରଦେବଙ୍କ କରୁଣାରୁ ଭଲବର୍ଷା ହୋଇଛି । ଧାନ କିଆରିରେ ଭଲ ଫସଳ ମଧ୍ୟ ହୋଇଛି । ତେଣୁ ନୂଆଖାଇ ପର୍ବକୁ ନୂଆପଡାବାସୀ ବେଶ ଆନନ୍ଦରେ ପାଳନ କରିବେ ବୋଲି କହିଛନ୍ତି ।