ଓଡିଶା

odisha

ETV Bharat / state

ରିଲିଜ ହେଲା ନୂଆ ସମ୍ବଲପୁରୀ କୋଭିଡ-19 ସଚେତନତା ସଙ୍ଗୀତ

ମହାମାରୀ କୋଭିଡ-19 ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ମୁକାବିଲା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ ନିୟମକୁ କଡାକଡି ପାଳନ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଆଧ୍ୟାତ୍ମିକ ଧାର୍ମିକ ଚେତନା ମାର୍ଗରେ ଲୋକଙ୍କୁ ଅନୁପ୍ରାଣିତ କରିବା ପାଇଁ ସିନାପାଲି ଗାୟତ୍ରୀ ପରିବାର ସଦସ୍ୟଗଣ ଆଗେଇ ଆସିଛନ୍ତି । ଅଧିକ ପଢ଼ନ୍ତୁ...

By

Published : May 16, 2020, 10:27 PM IST

nuapada latest news, sambalpuri covid-19 awareness song, covid-19 awareness song, awareness song released in nuapada, ନୂଆପଡା ଲାଟେଷ୍ଟ ନ୍ୟୁଜ୍‌, ସମ୍ବଲପୁରୀ କୋଭିଡ-19 ସଚେତନତା ସଙ୍ଗୀତ, କୋଭିଡ-19 ସଚେତନତା ସଙ୍ଗୀତ
ରିଲିଜ ହେଲା ନୂଆ ସମ୍ବଲପୁରୀ କୋଭିଡ-19 ସଚେତନତା ସଙ୍ଗୀତ

ନୂଆପଡା: ନୂଆପଡା ଜିଲ୍ଲା ଅଖିଳ ଗାୟତ୍ରୀ ପରିବାର ସିନାପାଲି ପକ୍ଷରୁ ଗାୟତ୍ରୀ ଶକ୍ତି ପୀଠ ସିନାପାଲିଠାରେ ଉନ୍ମୋଚିତ ହୋଇଛି ସମ୍ବଲପୁରୀ କୋଭିଡ-19 ସଚେତନତା ସଙ୍ଗୀତ । ଏହି ଅବସରରେ ଗୀତିକାର ତରୁଣ କୁମାର ମେହେର, ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ତ୍ରିନାଥ ମେହେରଙ୍କ ସମେତ ସ୍ବର ସଙ୍ଗମ କଳା ପରିଷଦର କଳାକାର ଓ ବାଦ୍ୟ ଶିଳ୍ପୀଗଣ ଉପସ୍ଥିତ ଥିଲେ ।

ରିଲିଜ ହେଲା ନୂଆ ସମ୍ବଲପୁରୀ କୋଭିଡ-19 ସଚେତନତା ସଙ୍ଗୀତ

ମହାମାରୀ କୋଭିଡ-19 ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ମୁକାବିଲା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ ନିୟମକୁ କଡାକଡି ପାଳନ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଆଧ୍ୟାତ୍ମିକ ଧାର୍ମିକ ଚେତନା ମାର୍ଗରେ ଲୋକଙ୍କୁ ଅନୁପ୍ରାଣିତ କରିବା ପାଇଁ ସିନାପାଲି ଗାୟତ୍ରୀ ପରିବାର ସଦସ୍ୟଗଣ ଆଗେଇ ଆସିଛନ୍ତି । ପାଶ୍ଚାତ୍ୟ ସଭ୍ୟତାକୁ ଭୁଲି ସ୍ବଦେଶୀ ସଭ୍ୟତା ଗ୍ରହଣ କରିବା ପାଇଁ ଏମାନେ ଆହ୍ବାନ ଦେଇଛନ୍ତି ।

‘ହାଲୋ ହାଏ ଟାଟା ବାଏ ବାଏ’ ବଦଳରେ ଆମେ ସମସ୍ତଙ୍କୁ ଆନ୍ତରିକତାର ସହ ଭଲ ପାଇବା । ତେବେ ଯାଇ ବିଶ୍ଵରୁ କୋଭିଡ-19 ଦୂରେଇ ଯିବ ବୋଲି ବାର୍ତ୍ତା ରହିଛି ଏହି ସଂଗୀତରେ । ସମ୍ବଲପୁରୀ କୋଭିଡ-19 ସଙ୍ଗୀତ ଲୋକଙ୍କୁ ଜାଗୃତ କରିବ ବୋଲି ଉଭୟେ ଗୀତିକାର ଏବଂ କଣ୍ଠଶିଳ୍ପୀ ଆଶା ରଖିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details