ଓଡିଶା

odisha

ETV Bharat / state

ବଣପାହାଡ ଘେରା ମାନ୍ଦଳପଖାନ: ମିଳୁନି ମୌଳିକ ସୁବିଧା, ଯନ୍ତ୍ରଣାରେ ଜୀବନ - ମାନ୍ଦଳପଖାନ ଗାଁ ଲୋକଙ୍କ କଥା

ଦୁଃଖ ଓ ଯନ୍ତ୍ରଣା ଯେମିତି ଏମାନଙ୍କ ସହଜାତ ବନ୍ଧୁ। ସ୍ବାଧୀନତା ପୂର୍ବ ଓ ପରର ଅନୁଭବ ଏମାନଙ୍କ ପାଇଁ କିଛି ଅଲଗା ନୁହେଁ। ଅବହେଳା ଓ ଅଣଦେଖାର ଶୀର୍ଷରେ ରହିଛନ୍ତି ଏହି ନୀରିହ ମଣିଷଗୁଡା। ବନ ପାହାଡ଼ ଦୁର୍ଗମ ଅଞ୍ଚଳ ଭିତରେ ଜିଉଁଛନ୍ତି ଦୁର୍ବିସହ ଜୀବନ। ସମୃଦ୍ଧି ଏମାନଙ୍କ ପାଇଁ ଆଜି ବି ସାତ ସପନ। ଆମେ କହୁଛୁ ନୂଆପଡା ଜ଼ିଲ୍ଲା ବିଛିନ୍ନାଞ୍ଚଳ କୁହାଯାଉଥିବା ମାନ୍ଦଳପଖାନ ଗାଁ ଲୋକଙ୍କ କଥା।

ଅବହେଳିତ ବିଛିନ୍ନାଞ୍ଚଳ ବାସୀ, ଜିଉଁଛନ୍ତି ଦୁର୍ବିସହ ଜୀବନ
ଅବହେଳିତ ବିଛିନ୍ନାଞ୍ଚଳ ବାସୀ, ଜିଉଁଛନ୍ତି ଦୁର୍ବିସହ ଜୀବନ

By

Published : Jul 28, 2020, 2:55 PM IST

ନୂଆପ଼ଡା: ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ନୂଆପଡା ଜ଼ିଲ୍ଲା ବିଛିନ୍ନାଞ୍ଚଳ କୁହାଯାଉଥିବା ମାନ୍ଦଳପଖାନ ଗାଁ ଲୋକଙ୍କୁ ମିଳି ନାହିଁ ମୌଳିକ ଅଧିକାର । ଗମନାଗମନ ପାଇଁ ରାସ୍ତା ,ଅଙ୍ଗନବାଡି ସେଣ୍ଟର,ପ୍ରାଥମିକ ବିଦ୍ୟାଳୟ ଏବଂ ନିତ୍ୟ ବ୍ୟବହୃତ ପାଇଁ ପୋଖରୀ ସବୁକିଛି ସାତ ସପନ ପାଳଟିଛି । ବଣ ପାହାଡ଼ ଦୁର୍ଗମ ଭିତରେ ଦୁର୍ବିସହ ଜୀବନ ବିତାଉଛନ୍ତି ମାନ୍ଦଳପଖାନ ଗାଁଲୋକେ । ସେହିଭଳି ବର୍ଷା ଋତୁରେ ମାନ୍ଦଳପଖାନ ଗାଁଲୋକେ ଜଳବନ୍ଦୀ ଜୀବନ ଯାପନ କରୁଥିବା ଅଭିଯୋଗ କରିଛନ୍ତି।

ଅବହେଳିତ ବିଛିନ୍ନାଞ୍ଚଳ ବାସୀ, ଜିଉଁଛନ୍ତି ଦୁର୍ବିସହ ଜୀବନ
ନୂଆପଡା ଜ଼ୀଲ୍ଲା ସଦର ମହୁକମା ଠାରୁ 115 କିଲୋମିଟର ଦୂରତାରେ ଅବସ୍ଥିତ ସିନାପାଲି ବ୍ଲକ ବିଛିନ୍ନାଂଚଳ ମାନ୍ଦଳପଖାନ ଗାଁ । ଏଠାରେ ମାଝୀ,ଗଣ୍ଡ,ପହରିଆ ଆଦିମ ଜନଜାତି ସମ୍ପ୍ରଦାୟର ଲୋକେ ବାସକରନ୍ତି । ହେଲେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁଲୋକଙ୍କୁ ମିଳିପାରିନାହିଁ ମୌଳିକ ଅଧିକାର । ଗାଁକୁ ଯିବାକୁହେଲେ ରାସ୍ତାନାହିଁ , ପାହାଡିଆ ଦୁର୍ଗମ ପାଦଚଲା ପଥୁରିଆ ରାସ୍ତା ଅତିକ୍ରମ କରି ଯିବାକୁ ପଡିଥାଏ ।

ଅଙ୍ଗନ ବାଡ଼ି ସେଣ୍ଟର କିମ୍ବା ପ୍ରାଥମିକ ବିଦ୍ୟାଳୟ ସାତ ସପନ । ଯାହାଫଳରେ ଗାଁର କୋମଳମତି ଶିଶୁ ମାନେ ନିରକ୍ଷର ଜୀବନ ବିତାଉଛନ୍ତି । ସେହିଭଳି ବିଶୁଦ୍ଧ ପିଇବା ପାଣି ଏବଂ ଗାଧୋଇବା ପାଣି ମଧ୍ୟ ମିଳେ ନାହିଁ ମାନ୍ଦଳପଖାନ ଗାଁଲୋକଙ୍କୁ । ଏହି ନିରୀହ ଜନଜାତିଙ୍କୁ ଜଙ୍ଗଲର ଦୂଷିତ ଝରଣା ପାଣି ଜୀବନ ବଞ୍ଚାଇଛି । ରାସ୍ତା,ଅଙ୍ଗନବାଡ଼ି ସେଣ୍ଟର,ପ୍ରାଥମିକ ବିଦ୍ୟାଳୟ ଏବଂ ପୋଖରୀ ପାଇଁ ଗାଁଲୋକେ ଦାବି କରିଛନ୍ତି ।

ଆଦିମ ଜନଜାତି ବର୍ଗଙ୍କ ଜୀବନ ଜୀବିକା ପାଇଁ ସରକାର ଅନେକ ଯୋଜନା କରି କୋଟିକୋଟି ଅର୍ଥ ଖର୍ଚ୍ଚ କରୁଛନ୍ତି । ହେଲେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ନୂଆପଡା ଜ଼ିଲ୍ଲା ମାନ୍ଦଳପଖାନ ଗାଁର ଅବସ୍ଥା ସୁଧୁରିନାହିଁ । ଗମନାଗମନ ପାଇଁ ରାସ୍ତା, ଅଙ୍ଗନବାଡି ସେଣ୍ଟର,ପ୍ରାଥମିକ ବିଦ୍ୟାଳୟ ଏବଂ ପୋଖରୀ ପାଇଁ ବାରମ୍ବାର ଜ଼ିଲ୍ଲା ପ୍ରଶାସନକୁ ଜଣାଇ ଆସୁଛନ୍ତି ଗାଁଲୋକେ । ହେଲେ ଏଠିକାର ଲୋକଙ୍କ ଦୁଃଖ କୁ କେହି ଶୁଣୁନଥିବା ଗାଁଲୋକେ ଅଭିଯୋଗ କରିଛନ୍ତି । ଏହି ଅନ୍ଧାରୀ ମୂଳକ ଗାଁ ଲୋକଙ୍କୁ ମୌଳିକ ଅଧିକାର ଯୋଗାଇଦେବାକୁ ସରଳ ଆଦିମ ଜନଜାତି ଲୋକେ ଗୁହାରି କରୁଛନ୍ତି ।

ମାନ୍ଦଳପଖାନ ଗାଁର ଏକାଧିକ ସମସ୍ୟା ନେଇ ଆମେ ପହଁଞ୍ଚିଥିଲୁ ସିନାପାଲି ବିଡିଓଙ୍କ ପାଖରେ । ଆମଠାରୁ ଶୁଣିବାପରେ ରାସ୍ତା ନିର୍ମାଣ କରିବା ପାଇଁ 10ଲକ୍ଷ ଅର୍ଥ ମଞ୍ଜୁର କରିବେ ଏବଂ ବର୍ଷାଋତୁ ଶେଷ ହେବାକ୍ଷଣି କାମ ଆରମ୍ଭ କରିବେ ବୋଲି ବିଡିଓ କହିଛନ୍ତି । ଅନ୍ୟସବୁ ସମସ୍ୟା ତଦନ୍ତ ପରେ ପର୍ଯ୍ୟାୟ କ୍ରମେ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ABOUT THE AUTHOR

...view details