ଓଡିଶା

odisha

ETV Bharat / state

ବଞ୍ଚିବାର ରାହା ଖୋଜୁଛନ୍ତି ରାମ ସିଂ

ଇଚ୍ଛା ଖୁସିରେ ଦିନ ବିତେଇବାକୁ । ହେଲେ ବାଧକ ସାଜିଛି ବେକରେ ଓହଳି ଥିବା ମାଂସ ପିଣ୍ଡୁଳା । ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଏଭଳି 10 ବର୍ଷ ହେବ ଯନ୍ତ୍ରଣା ଭୋଗୁଛନ୍ତି ନୂଆପଡା ସର୍ଗିଗୁଡାର ରାମସିଂ ପଟେଲ ।

By

Published : Mar 19, 2019, 1:31 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ନୂଆପଡା


ନୂଆପଡା: ସର୍ଗିଗୁଡା ଗାଁର ୭୦ ବର୍ଷିୟ ରାମସିଂ ପଟେଲ । ଦୁଃଖ ଯନ୍ତ୍ରଣାରେ ହେଉଛନ୍ତି ଛଟପଟ । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ଏକ ଦଶନ୍ଧି ହେବ ଭୋଗୁଛନ୍ତି ଯନ୍ତ୍ରଣା । ବେକରେ ୩ କିଲୋଗ୍ରାମ ମାଂସ ପିଣ୍ଡୁଳା ଝୁଲିରହିଛି । ନିଜ କାମ ନିଜେ ମଧ୍ୟ ଠିକ ଭାବେ କରିବାବେ ସାଜୁଛି ବାଧକ । ନିତ୍ୟକର୍ମ ଖାଇବା ଶୋଇବା ସବୁ କାମରେ ଦାଉ ସାଜିଛି ମାଂସ ପିଣ୍ଡୁଳା । ଆଉ ଗରିବି ଯୋଗୁଁ ହୋଇ ପାରୁନି ଚିକିତ୍ସା । ଏକା ଏକା ଗଛ ତଳେ ଶୋଇ ବଞ୍ଚିବାର ରାହା ଖୋଜୁଛନ୍ତି ସେ ।

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଆଦିବାସୀ ବହୁଳ ସର୍ଗିଗୁଡା ଗାଁ । ଏକକି ଜୀବନରେ ସଂଗ୍ରାମ କରୁଛନ୍ତି ସେ । ୭ ବର୍ଷ ପୂର୍ବେ ସ୍ତ୍ରୀ ଯମୁନା ପଟେଲ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚାଲିଯାଇଛନ୍ତି ଆରପାରିକୁ । ସେହିଦିନ ଠାରୁ ପର କରିଦେଲେ ଦୁଇ ପୁଅ । ଆଉ ନିଜଡଙ୍ଗାର ନାଉରି ସାଜିଲେ ବୃଦ୍ଧ ରାମସିଂ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ନୂଆପଡା

ପ୍ରଥମେ ଚଣା ପରି ଛୋଟ ହୋଇ ଦେଖାଦେଲା । ଧିରେ ଧିରେ ପେଣ୍ଡୁ ପରି ଆକୃତିରେ ବଢିବାକୁ ଲାଗିଲା । ଏବେ ୩ କିଲୋଗ୍ରାମର ପେଣ୍ଡୁପରି ବେକରେ ଝୁଲିରହିଛି । ସମର୍ଥ ଅନୁସାରେ କିଛି ଉପଚାର କରିଛନ୍ତି ରାମସିଂ । ହେଲେ କିଛି ଲାଭ ମିଳିନାହିଁ । କେହି କେହି ବିଶେଷଜ୍ଞ ଡାକ୍ତରଙ୍କଠାରେ ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି । ହେଲେ ଅର୍ଥ ଅଭାବରୁ ହୋଇ ପାରୁନି ଚିକିତ୍ସା ।

ଗାଁରେ ଅଛନ୍ତି ରାମସିଂଙ୍କ ଦୁଇ ପୁଅ । ସମସ୍ତେ ଦାରିଦ୍ର୍ୟ ସୀମାରେଖା ତଳେ ଅନ୍ତର୍ଭୁକ୍ତ । ବଡପୁଅ ଶୁକୃ ପଟେଲ, ସାନପୁଅ କିଶୋର ପଟେଲ ତାଙ୍କ ସ୍ତ୍ରୀ ପିଲାଛୁଆଙ୍କୁ ଧରି ମୁଲ ଲାଗି ପରିବାରର ଭୋକ ମେଣ୍ଟାନ୍ତି । ରାମସିଂଙ୍କୁ ୩ ଶହ ଟଙ୍କା ଭତ୍ତା ଏବଂ ୫ କିଲୋଗ୍ରାମ ଟଙ୍କିକିଆ ଚାଉଳରେ ନିଅଣ୍ଟିଆ ଭାବରେ ଚଳିବାକୁ ପଡିଥାଏ ।

ରାମସିଂଙ୍କ ଆସୁ ଆରୋଗ୍ୟ କାମନା କରି ଆମ ଇଟିଭି ଟିମ ପହଞ୍ଚିଥିଲା ବୋଡେନ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡାକୁ ନେଇ ତାଙ୍କର ଉପଯୁକ୍ତ ଚିକିତ୍ସା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଡାକ୍ତର ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details