ଓଡିଶା

odisha

ETV Bharat / state

ପ୍ରବାସୀ ଶ୍ରମିକଙ୍କୁ ଲୋକଦୃଷ୍ଟି ସ୍ବେଚ୍ଛାସେବୀ ଅନୁଷ୍ଠାନର ସହାୟତା

ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଲୋକଦୃଷ୍ଟି । ସ୍ଥାନୀୟ ଖଡିଆଳ ବ୍ଲକର ଟିଏମସି ସେଣ୍ଟରରେ ରହିଥିବା ପ୍ରବାସୀମାନେ କ୍ବାରେଣ୍ଟାଇନ ଅବଧି ସାରି ଘରକୁ ଯିବାକୁ ଥିବା ବେଳେ ଏମାନଙ୍କୁ ଶୁଖିଲା ରାସନ ଯୋଗାଇଛି ଲୋକଦୃଷ୍ଟି ଅନୁଷ୍ଠାନ ।

lokadrusti volunteer organization, nuapada tmc center, nuapada latest news, help to migrants in nuapada, ଲୋକଦୃଷ୍ଟି ସ୍ବେଚ୍ଛାସେବୀ ଅନୁଷ୍ଠାନ, ନୂଆପଡା ଟିଏମସି ସେଣ୍ଟର, ନୂଆପଡା ଲାଟେଷ୍ଟ ନ୍ୟୁଜ୍‌, ନୂଆପଡାରେ ପ୍ରବାସୀଙ୍କ ସହାୟତା
ପ୍ରବାସୀ ଶ୍ରମିକଙ୍କୁ ଲୋକଦୃଷ୍ଟି ସ୍ବେଚ୍ଛାସେବୀ ଅନୁଷ୍ଠାନର ସହାୟତା

By

Published : Jul 13, 2020, 10:03 PM IST

ନୂଆପଡା: ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଲୋକଦୃଷ୍ଟି । ସ୍ଥାନୀୟ ଖଡିଆଳ ବ୍ଲକର ଟିଏମସି ସେଣ୍ଟରରେ ରହିଥିବା ପ୍ରବାସୀମାନେ କ୍ବାରେଣ୍ଟାଇନ ଅବଧି ସାରି ଘରକୁ ଯିବାକୁ ଥିବା ବେଳେ ଏମାନଙ୍କୁ ଶୁଖିଲା ରାସନ ଯୋଗାଇଛି ଲୋକଦୃଷ୍ଟି ଅନୁଷ୍ଠାନ । ଦାଦନ ଶ୍ରମିକମାନଙ୍କୁ ଚାଉଳ, ଡାଲି, ତେଲ, ଲୁଣ ଓ ମସଲା ଆଦି ଯୋଗାଇ ଦିଆଯାଇଥିବା ଜଣାପଡିଛି ।

ପ୍ରବାସୀ ଶ୍ରମିକଙ୍କୁ ଲୋକଦୃଷ୍ଟି ସ୍ବେଚ୍ଛାସେବୀ ଅନୁଷ୍ଠାନର ସହାୟତା

ଏଥିସହ କୁନି କୁନି ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇଛି । ସେପଟେ ଚାଷୀ ପରିବାରଙ୍କୁ ପନିପରିବା ବିହନ ଯଥା କାକୁଡି, କଲରା, ଶିମ୍ବ, ମାଖନ ଆଦିର ବିହନ ବଣ୍ଟାଯାଇଛି । ଏହାପଛରେ ଉଦ୍ଦେଶ୍ୟ ହେଉଛି ଟିଏମସି ସେଣ୍ଟରରୁ ଯାଇ ଶ୍ରମିକ ତଥା ଚାଷୀମାନେ ନିଜ ବାଡି ବଗିଚାରେ ଚାଷ କାର୍ଯ୍ୟା ସ୍ବାଭାବିକ କରି ସୁଖଦ ଜୀବନଯାପନ କରିବା ।

ସୂଚନା ମୁତାବକ ଖଡିଆଳ ବ୍ଲକର 5ଗୋଟି ଗ୍ରାମ ପଞ୍ଚାୟରୁ 2000 ପ୍ରବାସୀ ଓଡିଆ ଶ୍ରମିକଙ୍କୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ଲୋକଦୃଷ୍ଟି ଅନୁଷ୍ଠାନ ଓ ସମାଜସେବୀ ବିକ୍ରମ ଲାଲଜୀଙ୍କ ମିଳିତ ଉଦ୍ୟମରେ ପ୍ରବାସୀମାନଙ୍କୁ ଦିଆଯାଇଥିବା ଏହି ସାହାଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି । ସେପଟେ ଏହି ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦାବରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ନରେନ୍ଦ୍ର ହେର୍ଣ୍ଣା, ଲୋକଦୃଷ୍ଟି ସହନିର୍ଦ୍ଦେଶକ ଭୂତେଶ ମେହେର ସାମିଲ ହୋଇଥିଲେ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details