ନୂଆପଡ଼ା: ଖରା ହେଉ କିମ୍ବା ବର୍ଷା ଧାନ ମଣ୍ଡିରୁ ଖାଲି ହେଉନି ଧାନ । ଫଳରେ ବାଜିରେ ଲାଗିଛି ଚାଷୀଙ୍କ ଅମଳ । ପ୍ରାକ ମୌସୁମୀ ବର୍ଷାରେ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପଲସଦା ଧାନମଣ୍ଡିରେ ଗଜା ହେବାରେ ଲାଗିଛି ବସ୍ତାବସ୍ତା ଧାନ । ପାଖାପାଖି 4 ହଜାରୁ ଊର୍ଦ୍ଧ୍ବ ଫସଲ ନଷ୍ଟ ହୋଇଥିବା ବେଳେ ଋଣ ବୋଝକୁ ନେଇ ଚାଷୀଙ୍କୁ ଏବେ ଚିନ୍ତା ଘାରିଛି ।
ସେପଟେ ନିଜ ଅମଳକୁ ସମ୍ଭାଳିବାରେ ଲାଗିଛନ୍ତି ଚାଷୀ । କିଏ ପଲିଥିନ ଢାଙ୍କି ନିଜ ପରିଶ୍ରମର ଧନକୁ ବଞ୍ଚାଇବାକୁ ଚେଷ୍ଟା କରୁଛି ତ କିଏ ପାଣି କାଢିବାରେ ଲାଗିଛି । ଏମିତି ଦୀର୍ଘ 15 ଦିନ ଧାନମଣ୍ଡିରେ 35 ଜଣ ଚାଷୀ ଅହୋରାତ୍ର ପହରା ଦେଉଛନ୍ତି । କିନ୍ତୁ ବିକ୍ରି ହୋଇପାରୁ ନାହିଁ ଧାନ । ମଣ୍ଡିକୁ ମିର୍ଲର, ଖଇରା ସମବାୟ ସମିତି(ପେକ୍ସ) କିମ୍ବା ଆରଏମସିଙ୍କ ଦେଖାନାହିଁ ।