ଓଡିଶା

odisha

ETV Bharat / state

ନୂଆପଡାରେ ସରକାରଙ୍କ ଧାନକ୍ରୟ ବ୍ୟବସ୍ଥା ବିଫଳ - ଚାଷୀ ଅସନ୍ତୋଷ

ନୂଆପଡା ଜିଲ୍ଲାରେ ବିଭିନ୍ନ ଧାନମଣ୍ଡିରେ ଚାଷୀ ବେହାଲ । 4 ରୁ 5 କିଲୋଗ୍ରାମ ଧାନ କଟନିଛଟନୀରେ ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଚାଷୀ । ଜାଣନ୍ତୁ ପୁରା ଖବର...

ନୂଆପଡାରେ ସରକାରଙ୍କ ଧାନ କ୍ରୟ ବ୍ୟବସ୍ଥା ବିଫଳ
ନୂଆପଡାରେ ସରକାରଙ୍କ ଧାନ କ୍ରୟ ବ୍ୟବସ୍ଥା ବିଫଳ

By

Published : Jan 7, 2020, 11:57 PM IST

ନୂଆପଡା: ଜିଲ୍ଲାରେ ବିଭିନ୍ନ ଧାନମଣ୍ଡିରେ ଚାଷୀ ବେହାଲ । 4 ରୁ 5 କିଲୋଗ୍ରାମ ଧାନ କଟନିଛଟନୀରେ ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ । ଅଦିନିଆ ବର୍ଷାରେ ଧାନ ଓଦାଳିଆ ହୋଇଥିବାବେଳେ, କଟନି ଛଟନୀ କରିବାକୁ ମିଲରକୁ ବେଶ ସୁହାଉଥିବା ଜଣାପଡିଛି । ଚଳିତ ବର୍ଷ ଖରିଫ ଋତୁରେ ଆବଶ୍ୟକୀୟ ବର୍ଷା ହୋଇଥିଲା । ଚାଷୀ ପ୍ରଚୁର ପରିମାଣରେ ଧାନ ଅମଳ ମଧ୍ୟ କରିଛି । ହେଲେ ସବୁ ଲାଭ ମିଲର ଛଡାଇ ନେଉଥିବା ସମୂହ ଚାଷୀ ଅଭିଯୋଗ କରିଛନ୍ତି ।

ନୂଆପଡାରେ ସରକାରଙ୍କ ଧାନ କ୍ରୟ ବ୍ୟବସ୍ଥା ବିଫଳ

ଜିଲ୍ଲାରେ ଝଡି ବର୍ଷାରେ ଜିଲ୍ଲାର 18 ଗୋଟି ଧାନମଣ୍ଡି ରେ ପ୍ରାୟ 50 ହଜାର ଧାନବସ୍ତା ପଡି ରହିଛି । ତାରପୋଲିନ ଘୋଡାଇ ଚାଷୀ ଉପାର୍ଜିତ ଧାନକୁ ସୁରକ୍ଷା ଦେଇଥିବାବେଳେ , ସିନାପାଲି,ନିଲଜି, କୋମନା ବ୍ଲକ ଡୁଙ୍ଗୁରିପାଳି ମଣ୍ଡିରେ ଧାନ ଭିଜି ଯାଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ବର୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ଧାନ ଉଠାଇବା ପାଇଁ ମିଲର ଙ୍କୁ ଜିଲ୍ଲା ପ୍ରଶାସନ ତାଗିଦ କରିଥିଲା । ତାଗିଦ୍ ମୁତାବକ ମିଲର ଧାନ ଉଠାଉଛି , ହେଲେ କଟନି ଛଟନି ମାତ୍ରା ବେଶ ବଢିଯାଇଛି । ଯାହାଫଳରେ ଚାଷୀ କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି ।

ଚଳିତ ବର୍ଷ 17ଗୋଟି ମିଲର, 26ଗୋଟି ପ୍ୟାକ୍ସ, 14ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଜିଲ୍ଲାର 70ଗୋଟି ଧାନମଣ୍ଡିରୁ ଧାନ କ୍ରୟ କରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସେହିଭଳି ପ୍ରଥମ ପର୍ଯ୍ୟାୟରେ 85 ହଜାର ମେଟ୍ରିକ ଟନ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ନୂଆପଡା ଜିଲ୍ଲା ପ୍ରଶାସନ ।

ପ୍ରଥମ ପର୍ଯ୍ୟାୟ ଟାର୍ଗେଟ ପୂରଣ କରି ସରକାରଙ୍କ ଅନୁମତି କ୍ରମେ ଆହୁରି ଅଧିକ ଧାନ କ୍ରୟ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। ଚଳିତ ବର୍ଷ ପ୍ରଥମ କରି ନୂଆପଡା ଜିଲ୍ଲା ପ୍ରଶାସନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ଧାନ କ୍ରୟ ବ୍ୟବସ୍ଥାକୁ ବୁଦ୍ଧିଜୀବୀ ମହଲରେ ସ୍ଵାଗତ କରାଯାଉଛି ।

ଧାନ କ୍ରୟ କରି ମହିଳା ମାନେ ମଧ୍ୟ ବେଶ ଖୁସି ଜାହିର କରିଛନ୍ତି । ହେଲେ ଚାଷୀ ମାନେ ଶୋଷଣର ଶୀକାର ହେଉଥିବା ଉତକ୍ଷିପ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି । ସରକାରଙ୍କ ଧାନ କ୍ରୟ ବ୍ୟବସ୍ଥା ବିଫଳ ହୋଇଛି ,ମଣ୍ଡି ଗୁଡିକରେ ମିଲର ମାନଙ୍କ ଦଖଲ ରହିଥିବାବେଳେ ମିଲର ଦୟାରେ ଚାଲିଛି ଧାନମଣ୍ଡି । କଠିନ ପରିଶ୍ରମ କରି ଚାଷୀ ଧାନ ଅମଳ କରୁଥିବାବେଳେ ମିଲର ସାଜିଛି ଚାଷୀର ଭାଗ୍ୟ ବିଧାତା ।

ଏଭଳି ସରକାରଙ୍କୁ ଭର୍ସନା କରିଛନ୍ତି ସ୍ଥାନୀୟ ଚାଷୀନେତା ଯଦୁମଣି ପାଣିଗ୍ରାହୀ । ଅପରପକ୍ଷେ ମଣ୍ଡିରୁ ଅଧିକ ଧାନ ଉଠାଇବା ପାଇଁ ମିଲର ମାନଙ୍କ ଟାର୍ଗେଟ ବଢାଇ ଦେବେ ବୋଲି ଅତି ହାଲୁକାରେ କହିଛନ୍ତି ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details